Latest Odisha News

ସ୍କୁଲ ପରିସରରେ ଆଖିବୁଜା ଗୁଳିମାଡ଼: ୪ ମୃତ, ୯ ଆହତ

ୱାସିଂଟନ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିମାଡ଼ । ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ଅଛନ୍ତି। ଏହାସହ ପାଖାପାଖି ୯ ଜଣ ଗୁରୁତର ଥିବା କୁହାଯାଉଛି । ୯ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗୁଳିକାଣ୍ଡ ଭିଆଇଥିବା ସନ୍ଦିଗ୍ଧ ନାବାଳକକୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତ ୧୪ ବର୍ଷର ବାଳକ, ସେହି ସ୍କୁଲର ଛାତ୍ର ଥିବା ଜଣାପଡିଛି। ସୂଚନା ଅନୁସାରେ, US ସ୍ଥିତ ଜର୍ଜିଆ ହାଇସ୍କୁଲରେ ହୋଇଛି ଆଖିବୁଜା ଗୁଳିମାଡ଼ ହୋଇଛି।

ଏହି ଗୁଳିକାଣ୍ଡରେ ଫଳରେ ଟଳିପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଏହି ଘଟଣା ପରେ ବିଦ୍ୟାଳୟର ଆଖପାଖ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥା ପଠାଯାଇଛି। ଏହି ଘଟଣା ସମୟରେ ବିଦ୍ୟାଳୟରେ ପ୍ରାୟ ୧୯୦୦ ଛାତ୍ର ଉପସ୍ଥିତ ଥିଲେ। ଛାତ୍ରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ଅଭିଭାବକଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି।

Comments are closed.