Latest Odisha News

BREAKING NEWS

ନାଇଜେରିଆ ଲାଗୋସରେ ନିର୍ମାଣଧୀନ କୋଠା ଭୁଷୁଡିଲା ,୬ ମୃତ ୧୦୦ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।

ଏକ ଗଣ ମାଧ୍ୟମର ସୂଚନା ଅନୁସାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଯୁଦ୍ଧକାଳିନ ଭିତ୍ତିରେ ଶ୍ରମିକ ମାନଙ୍କୁ ଖୋଜି ଖୋଜି ଆରମ୍ଭ କରାଯାଇଛି।ସେପଟେ ଲାଗୋସ ସରକାର କହିଛନ୍ତି ଯେ ଏହା ଏକ ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଥିଲା। ଏହା ତିଆରି ଚାଲୁଥିବା ସମୟରେ ଏପରି ଅଘଟଣ ଘଟିଛି । ହେଲେ ଏହି କୋଠା ଭୁଷୁଡିବା ସମୟରେ ନିକଟରେ ଥିବା ଅନ୍ୟ ବିଲ୍ଡିଂ ଗୁଡିକର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

Leave A Reply

Your email address will not be published.