Latest Odisha News

BREAKING NEWS

ସ୍ୱଦେଶୀ ସାମଗ୍ରୀ କିଣି ଦେଶକୁ ଆତ୍ମନିର୍ଭର କରାନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ପର୍ବ ଧନତେରାସକୁ ଆଜି ବହୁ ଜୋରସୋରରେ ପାଳନ କରାଯାଉଛି। ବାସ୍ତବରେ ଧନତେରାସରେ ଦିପାବଳୀର ମହାପର୍ବର ଆରମ୍ଭ ହୋଇଥାଏ। ଆଜି ଯେଉଁ ଶୁଭ ମୂହୂର୍ତ୍ତ ବାହାରିଥାଏ, ସେହି ମଧ୍ୟରେ କିଣାକିଣି କରାଯାଇଥାଏ। ଏହି ଅବସରରେ ବହୁ ନେତାମାନେ ନିଜ ନିଜ ଶୁଭକାମନା ଜଣାଇଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହ ଧନତେରାସ ଅବସରରେ ଲୋକଙ୍କୁ ଶୁଭକାମନା ଜଣାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର କାମନା କରିଥିଲେ। ସେ ନିଜର ଏକ ଟ୍ୱିଟରେ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ଧନତରେସର ହାର୍ଦ୍ଧିକ ଶୁଭକାମନା। ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭଲ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର କାମନା କରି ଲୋକଙ୍କୁ ସ୍ୱଦେଶୀ ସାମଗ୍ରୀ କିଣିବାକୁ ଅପିଲ କରିଥିଲେ। ଉତ୍ସବରେ ଆମେ ସ୍ୱଦେଶୀ ଉତ୍ପାଦନ କିଣି ସ୍ଥାନୀୟ କାରିଗରଙ୍କ ଖୁସିର ସାମିଲ ହୁଅନ୍ତୁ। ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ଧନତେରାସ ପର୍ବରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା। ଆପଣଙ୍କ ପରିବାରରେ ଏହି ପର୍ବ ଖୁସି ନେଇକି ଆସୁ। ଆସନ୍ତୁ ଉତ୍ସବରେ ଆମେ ସ୍ୱଦେଶୀ ଉତ୍ପାଦନ କିଣି ସ୍ଥାନୀୟ କାରିଗରଙ୍କ ଖୁସିରେ ନିଜକୁ ସାମିଲ କରିବା ଏବଂ ଦେଶକୁ ଆତ୍ମନିର୍ଭର କରିବା।

କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ଲୋକଙ୍କୁ ଧନତେରାସର ଶୁଭକାମନା ଜଣାଇଥିଲେ। ସେହିପରି ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ଧନତେରାସର ଅବସରରେ ସମସ୍ତଙ୍କ ଉନ୍ନତି କାମନା କରି କହିଲେ, ଧନତେରାସରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ଆପଣ ସମସ୍ତଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହେଉ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ଉନ୍ନତି କରନ୍ତୁ। ସେହିପରି ୟୁପିର ସିଏମ୍ ଯୋଗୀ ଆଦିତ୍ୟନାଥ ଓ ମଧ୍ୟପ୍ରଦେଶର ପୂର୍ବ ସିଏମ୍ କମଲନାଥ ମଧ୍ୟ ଧନତେରସର ଶୁଭକାମନା ଜଣାଇଥିଲେ।

Leave A Reply

Your email address will not be published.