ନୂଆଦିଲ୍ଲୀ: ଛତିଶଗଡ଼ର ଶକ୍ତି ଜିଲ୍ଲାର ବେଦାନ୍ତ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ନରେ ଏକ ବଏଲର ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଅଧୀକ୍ଷକ ପ୍ରଫୁଲ୍ଲ ଠାକୁର ଏନେଇ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ ଘଟଣାସ୍ଥଳରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧୮ ଜଣ ଆହତଙ୍କୁ ରାୟଗଡ଼ର ଜିନ୍ଦଲ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶ୍ରମିକଙ୍କ ଶରୀର ୮୦% ପୋଡ଼ିଯାଇଛି। ଡାଭରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଭେଟିବାକୁ ଅନୁମତି ଦେବାକୁ ଦାବି କରି ଶ୍ରମିକଙ୍କ ପରିବାର ପ୍ଲାଣ୍ଟ ବାହାରେ ହଙ୍ଗାମା କରିଥିଲେ।
ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
Comments are closed.