Latest Odisha News

ପ୍ରଥମ ଥର ପାଇଁ ଧୋନୀଙ୍କ ସହ ଘଟିଲା ଏହି ଘଟଣା

ଚେନ୍ନାଇ: ଚଳିତ ଆଇପିଏଲରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି । ଚେନ୍ନାଇର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ କ୍ରମାଗତ ୫ମ ମ୍ୟାଚରେ ଆଘାତ ସମସ୍ୟା ଯୋଗୁ ଖେଳି ନାହାନ୍ତି । ଆଇପିଏଲରେ ଧୋନୀଙ୍କ ସହ ଏ ଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଯାହାକି ପ୍ରଶଂସକଙ୍କୁ ନିରାଶ କରିଛି । ଧୋନୀ ଆଇପିଏଲରେ ପ୍ରଥମ ଥର ପାଇଁ କ୍ରମାଗତ ଭାବେ ଏତେ ମାତ୍ରାର ମ୍ୟାଚ ଖେଳି ନାହାନ୍ତି । ଚଳିତ ସଂସ୍କରଣରେ ଚେନ୍ନାଇ ୪ଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରିଛି ।

ଅପରପକ୍ଷରେ କୋଲକାତା ୪ଟି ମ୍ୟାଚ ଖେଳି ୧ ପଂଏଟ ହାସଲ କରିଛି । ଉଭୟ ଟିମ ମଧ୍ୟରେ ଏହି ମୁକାବିଲାରେ ବିଜୟ ହାସଲ କରିବା ଜରୁରୀ ହୋଇ ପଡିଛି । କୋଲକାତା ଚୂଡାନ୍ତ ଏକାଦଶରେ ବରୁଣ ଚକ୍ରବର୍ତିଙ୍କୁ ସ୍ଥାନ ଦେଇଛି । ଚେନ୍ନାଇ ଦଳ ଅପରିବର୍ତିତ ରହିଛି । ଗତ ସଂସ୍କରଣରେ ମଧ୍ୟ ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଥିଲା । ଧୋନୀ ପରବର୍ତୀ ମ୍ୟାଚରେ ଖେଳିବେ କି ନାହିଁ ସେ ନେଇ ମଧ୍ୟ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.