Latest Odisha News

ବୟସ ସାଢ଼େ ୪, ଜଙ୍ଗଲରେ ଛାଡି ସାରିଲାଣି ୧୦୦ରୁ ଊର୍ଦ୍ଧ୍ୱ ସାପ

ନାଗଦା: ମଧ୍ୟପ୍ରଦେଶର ନାଗଦା ଅଂଚଳରେ ଗୋଟିଏ ସାଢ଼େ ୪ ବର୍ଷ ପିଲାର ସାହାସ ସମସ୍ତଙ୍କୁ ଅଶ୍ଚର୍ଯ୍ୟଚକିତ କରିଛି । ପ୍ରିନ୍ସ ସାଲଭି ନାମକ ଏହି ଛୋଟ ପିଲାଟି ସାପକୁ ଭୟ କରୁ ନାହିଁ । ଏ ପର୍ଯ୍ୟନ୍ତ ୧୦୦ରୁର୍ଦ୍ଧ୍ୱ ସାପ ସେ ଧରି ଜଙ୍ଗଲରେ ଛାଡି ସାରିଛି । ସାପ ତା ପାଇଁ ଖେଳଣା ସାଜିଛି କହିଲେ ଭୁଲ ହେବ ନାହିଁ । ପ୍ରିନ୍ସର ବାପା ଅତ୍ୟଧିକ ମଦ୍ୟପାନ କରନ୍ତି । ଦିନେ ସେ କୁଆଡେ ପଳାଇଗଲେ ଯେ, ଆଜି ଯାଁଏ ଫେରି ନାହାନ୍ତି । ମାଆ ମୂଲ ଲାଗି ପ୍ରିନ୍ସର ପେଟ ପୋଷନ୍ତି ।

ପ୍ରିନ୍ସର ବାପାଙ୍କ ସାଙ୍ଗ କମଲ ସାପ ଧରନ୍ତି । ଥରେ ସେ ସାପ ଧରୁଥିବା ବେଳେ ତାଙ୍କ ଗୋଡରେ ଏହା ଗୁଡେଇ ହୋଇ ଯାଇଥିଲେ । ଗୋଡରୁ ଏହାକୁ ବାହାର କରିଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ଭୟରେ କେହି ଆଗକୁ ଆସି ନ ଥିଲେ । ପ୍ରିନ୍ସ ହଠାତ କେଉଁଠୁ ଆସି ସାପକୁ କାବୁ କରି ନେଇଥିଲା । ଏହା ପରେ ସେ ସାପ ଧରେ ଏବଂ କମଲଙ୍କ ସହ ଯାଇ ଜଙ୍ଗଲରେ ଛାଡି ଆସେ । ପ୍ରିନ୍ସର କାହାଣୀ ସୋସିଆଲ ସାଇଟରେ ଆସିବା ପରେ ସେ ଏବେ ଲୋକପ୍ରିୟ ହୋଇ ଉଠିଛି ।

Comments are closed.