Latest Odisha News

BREAKING NEWS

ଆମେରିକା ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର : ଆମେରିକା ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର ଶୁଭ ଉଦଘାଟନ । କୋଭିଡ ମହାମାରୀର ଭୟାବହତାକୁ ଭ୍ରୁକ୍ଷେପ ନକରି ହିନ୍ଦୁ ସୋସାଇଟି ଅଫ ମିନ୍ନେସୋଟା (ଏଚ.ଏସ୍.ଏମ.ଏନ) ପକ୍ଷରୁ ଏହି ଉଦ୍ୟମ ବେଶ୍ ପ୍ରଶଂସନୀୟ । ମାନବ ସମାଜ ପାଇଁ ଅଦମ୍ୟ ପ୍ରେରଣାର ଆଲୋକ ବର୍ତ୍ତିକା ସାଜିଥିବା ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ସଦସ୍ୟ ଆମି କ୍ଲୋବୁଚର୍ ମତବ୍ୟକ୍ତ କରିଛନ୍ତି । ମିନ୍ନେସୋଟା ରାଜ୍ୟର ମାପଲଗ୍ରୋଭ ନଗରରେ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ ହୋଇଛି ।

ଶାନ୍ତି, ସଂହତି ଏବଂ ପ୍ରଗତି କୁ ବଜାୟ ରଖିବା ନେଇ ଏଚଏସଏମଏନ୍ ପ୍ରଭାବଶାଳୀ ଅବଦାନକୁ ଭୂରି ଭୂରି ପ୍ରଶଂସା କରିଥିଲେ । ବିଶେଷ କରି ଡଃ ସୀତକଣ୍ଠ ଦାଶଙ୍କର ଅଧକ୍ଷ ଦାୟିତ୍ଵ ଗ୍ରହଣ କରିବା ପରେ ଏଚଏସଏମଏନ୍ ପରିଚାଳନାଧୀନ ହିନ୍ଦୁ ମନ୍ଦିରର ବ୍ୟାପକ ବିକାଶ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ । ଏହା ମଧ୍ୟରେ ପୂଜାରୀ ଓ କର୍ମଚାରୀ ମାନଙ୍କ ପାଇଁ କ୍ଵାଟରସ ନିର୍ମାଣ, ସୌରଶକ୍ତି କାରଖାନା ସ୍ଥାପନ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ, ଗୋପୁରମର ନବୀକରଣ ଏବଂ ଗୁଣ୍ଡିଚା ମନ୍ଦିର ପ୍ରତଷ୍ଠା ଆଦି ଅନ୍ତର୍ଭୁକ୍ତ ବୋଲି ସିନେଟର ଆମି ସୂଚାଇଥିଲେ।

ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ମେୟର ମାର୍କ ଷ୍ଟିଫେନସନ୍ ଗୁଣ୍ଡିଚା ମନ୍ଦିରର ଶୁଭାରମ୍ଭ ପାଇଁ ଏଚଏସଏମଏନ୍ ର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କରୋନା ଭଳି କଷ୍ଟଦାୟକ କାଳରେ ବ୍ୟସ୍ତ,ବିବ୍ରତ କିମ୍ବାେ ପଥଚ୍ୟୁତ ନ ହୋଇ ତଥା କର୍ମଚାରୀ ଓ ପୂଜାରୀ ମାନଙ୍କୁ ଛଟେଇ ନକରି ହିନ୍ଦୁ ମନ୍ଦିର ତାର ସ୍ଵାଭାବିକ କାର୍ଯ୍ୟକ୍ରମ ଗୁଡ଼ିକୁ ଚାଲୁ ରଖିବାକୁ ଜଣାଯାଇଥିଲା । ରାଜ୍ୟପାଳ ମନ୍ଦିର ପରିସରରେ ପହଁଞ୍ଚିବା କ୍ଷଣି ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଏହାପରେ ମନ୍ଦିର ମଧ୍ୟରେ ଥିବା ସମସ୍ତ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ। ପରେ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏକ ସାଧରଣ ସଭାକୁ ରାଜ୍ୟପାଳ ଶ୍ରୀ ୱାଳଜ ସମ୍ବୋଧନ କରିଥିଲେ। ମିନ୍ନେସୋଟାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜନକଲ୍ୟାଣ କ୍ଷେତ୍ରରେ ଭାରତୀୟ ସମ୍ପ୍ରଦାୟର ଯୋଗଦାନ ବେଶ୍ ଉଲ୍ଲେଖଯୋଗ୍ୟ ବୋଲି ରାଜ୍ୟପାଳ ୱାଲଜ ସ୍ବୀକାର କରିଥିଲେ। ଏହି ଅବରସରେ ରାଜ୍ୟପାଳ ଏଚଏସଏମଏନ୍ର ଇତିବୃତ୍ତ କୁ ଆଧାର କରି ପ୍ରକାଶିତ ଏକ ଆକର୍ଷଣୀୟ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। କନକ ଦତ୍ତଙ୍କୁ ମେୟର ମାର୍କ ଷ୍ଟିଫେନସନ୍ ଚଳିତ ବର୍ଷର ଉତ୍କୃଷ୍ଟ ସେବାକାରୀ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ସଭା ରେ ୫୦୦ ରୁ ଉର୍ଦ୍ଧ୍ୱ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସନ୍ଧ୍ୟାରେ ପରିବେଷିତ ‘‘ନୀଳ କମଳ’’ ନାମକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ସରଞ୍ଚନା କୁ ସରିତା ପଟ୍ଟନାୟକ ଓ ସୁଦୀପ୍ତ ତ୍ରିପାଠୀ ସଂଯୋଜନା କରିଥିଲେ । ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା , ହୋମ ଏବଂ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।  ପଞ୍ଚଦଶ ବାର୍ଷିକ ଉତ୍ସବ ପାଳନ ଅବସରରେ ଜୁନ ୧୧, ୧୨ ଏବଂ ୧୩ ତାରିଖ, ତିନି ଦିନ ଧରି ‘ଭାରତ ଦର୍ଶନ’ ଶୀର୍ଷକ ଏକ ଦିବ୍ୟ ଖାଦ୍ୟ ମହୋତ୍ସବର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.