Latest Odisha News

BREAKING NEWS

କୋଭିଡ-୧୯ ପରୀକ୍ଷଣରେ ଓଡ଼ିଶା ବହୁ ଆଗରେ ରହିଛି: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଓଡ଼ିଶା କୋଭିଟ-୧୯ ଟେଷ୍ଟିଂରେ ବହୁ ଆଗରେ ରହିଛି । ଏଥିପାଇଁ ବହୁ ପଦକ୍ଷେପ ମଧ୍ୟ ନିଆଯାଇଛି । ନମୁନା ଟେଷ୍ଟିଂକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ମୁକାବିଲା ପାଇଁ ପ୍ରଭାବଶାଳୀ ଅସ୍ତ୍ର ହେଉଛି ଟେଷ୍ଟିଂ । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ।

ସେ କହିଛନ୍ତି ଯେ, ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟାରେ ଓଡ଼ିଶାରେ ୬୬୬ଟି ନମୁନା ପରୀକ୍ଷା ହୋଇପାରିଥିବା ବେଳେ ଜାତୀୟ ସ୍ତରରେ ଏହି ସଂଖ୍ୟା ହେଉଛି ୪୫୨ । ଓଡ଼ିଶରେ ଫେବ୍ରୁଆରିରେ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଆରମ୍ଭରୁ ପ୍ରଥମ ସପ୍ତାହରେ ୧୫୦୦ ନମୁନା ପରୀକ୍ଷା ହେଉଥିବା ବେଳେ ଏହା ଏବେ ୧୫ ହଜାର ହୋଇପାରିଛି । ପ୍ରତି ଦିନ ୨୨୦୦ରୁ ୨୪୦୦ ଟେଷ୍ଟିଂ ହେଉଛି ।

ସେ ଆହୁରି କହିଛନ୍ତି ଯେ, ଏବେ ରାଜ୍ୟରେ ୮ଟି ନମୁନା ପରୀକ୍ଷାଗାର ରହିଛି । ଭୁବନେଶ୍ୱରରେ ୪ଟି, କଟକ, ବ୍ରହ୍ୱପୁର, ବୁର୍ଲା ଓ ରାଉରକେଲାରେ ଗୋଟିଏ ଲେଖାଏଁ ଅଛି । ଆଗାମୀ ଦିନରେ କୋରାପୁଟ, ବାଲେଶ୍ୱର, ବଲାଙ୍ଗୀର ଓ ବାରିପଦାରେ ମଧ୍ୟ ଟେଷ୍ଟିଂ ହେବ ବୋଲି ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ।

Leave A Reply

Your email address will not be published.