Latest Odisha News

ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ

ଲଣ୍ଡନ: ବିବାହ ନ କରି ମଧ୍ୟ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ୫୫ ବର୍ଷ ବୟସରେ ବାପା ହୋଇଛନ୍ତି । କ୍ୟାରୀ ସାଇମଣ୍ଡସଙ୍କ ସହ ସେ ଦୀର୍ଘ ଦିନ ଧରି ଏକତ୍ର ରହୁଥିଲେ ମଧ୍ୟ ସେମାନେ ବିବାହ କରି ନାହାନ୍ତି । ସାଇମଣ୍ଡସ ସ୍ଥାନୀୟ ଡାକ୍ତରଖାନାରେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି ଥିବାରୁ ଜନଶନ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଫେବୃୟାରୀରେ ଉଭୟ ଜନଶନ ଓ ସାଇମଣ୍ଡସ ମାଆ, ବାପା ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ଜନଶନ ନିକଟରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କିଛି ଦିନ ପରେ ସୁସ୍ଥ ହୋଇ ଘରକୁ ପେରିଥିଲେ । ଜନଶନ ପୂର୍ବରୁ ଭାରତୀୟ ବଂଶୋଦ୍ଭବ ମାରିନା ହ୍ୱିଲରଙ୍କୁ ବିବାହ କରିଥିଲେ । ସେମାନଙ୍କ ୪ଟି ସନ୍ତାନ । ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି ।

Leave A Reply

Your email address will not be published.