Latest Odisha News

ଏପରି ରେଷ୍ଟୁରାଣ୍ଟ,ଯେଉଁଠିକି ଗଲେ ୱେଟର ମାରନ୍ତି ଚାପୁଡା, ତଥାପି ଏଠାରେ ଲାଗିରହେ ଲୋକଙ୍କ ଭିଡ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ଖାଇବା କାହାକୁ ବା ଭଲ ନ ଲାଗେ । ରେଷ୍ଟୁରାଣ୍ଟରେ ଖାଇବାକୁ ଯିବାବେଳେ ଅନେକ ରେଷ୍ଟୁରାଣ୍ଟ ଗ୍ରାହକ ମାନଙ୍କର ସ୍ଵତନ୍ତ୍ର ଢଙ୍ଗରେ ସ୍ଵାଗତ କରାଯାଏ । କିନ୍ତୁ ଦୁନିଆରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠାରେ ଗ୍ରାହକମାନେ ପ୍ରବେଶ କରିବା ମାତ୍ରେ ୱେଟରମାନେ ଗ୍ରହକ ମାନଙ୍କୁ ଚାପୁଡ଼ା ମାରନ୍ତି । ଚାପୁଡ଼ା ମାରିବା ହେତୁ ଏହି ରେଷ୍ଟୁରାଣ୍ଟ ସାରା ବିଶ୍ୱରେ ପ୍ରସିଦ୍ଧ | ସୋସିଆଲ ମିଡିଆରେ ଏହାର ଭିଡିଓ ବେଶ୍ଵ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଉପଭୋକ୍ତା ଏହି ଭାଇରାଲ ଭିଡିଓ ଦେଖି ସେମାନଙ୍କର ମତାମତ ମଧ୍ୟ ଦେଇଛନ୍ତି ।

ବାସ୍ତବରେ, ଏହି ରେଷ୍ଟୁରାଣ୍ଟର ନାମ ହେଉଛି ଶାଚିହୋକୋୟା-ୟା | ଏହା ଜାପାନର ନାଗୋୟା ଠାରେ ଅବସ୍ଥିତ | କୁହାଯାଏ ଯେ ଲୋକମାନେ ଏହି ରେଷ୍ଟୁରାଣ୍ଟରେ ଚାପୁଡ଼ା ଖାଇବା ପାଇଁ ଟଙ୍କା ମଧ୍ୟ ଦିଅନ୍ତି | ୱେଟର ମାନଙ୍କ ଠାରୁ ଚାପୁଡା ଖାଇବା ପାଇଁ ଲୋକମାନେ ୩୦୦ ଜାପାନୀ ୟେନ୍ ଅର୍ଥାତ୍ ୧୬୯ ଟଙ୍କା ଖର୍ଚ୍ଚ କରନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ମାତ୍ରେ ୱେଟର ମାନେ ଗ୍ରହକମାନଙ୍କୁ ଚାପୁଡ଼ା ମାରିଥାନ୍ତି । ଚାପୁଡ଼ା ଏତେ ଶକ୍ତିଶାଳୀ ଥାଏ ଯେ ଲୋକମାନେ ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଥାନ୍ତି ।

ରିପୋର୍ଟ ଅନୁଯାୟୀ, ଏହି ରେଷ୍ଟୁରାଣ୍ଟ ୨୦୧୨ ମସିହାରେ ଖୋଲା ଯାଇଥିଲା । କିଛି ଦିନ ଅନ୍ତରାଳରେ ଏହା ବନ୍ଦ ହେବାର ଥିଲା କିନ୍ତୁ ପରେ ଲୋକଙ୍କୁ ସ୍ୱାଗତ କରିବା ପାଇଁ ଚାପୁଡ଼ା ମାରିବା ପରମ୍ପରା ଏଠାରେ ଆରମ୍ଭ ହୋଇଥିଲା | ଏହା ପରେ ବହୁ ସଂଖ୍ୟାରେ ଲୋକ ଏଠାରେ ଏକତ୍ରିତ ହେବାକୁ ଲାଗିଲେ । ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି | ଏଥିସହିତ ଅନେକ ଲୋକ ଏହା ଉପରେ ନିଜର ମତାମତ ମଧ୍ୟ ଦେଇଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଲୋକମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଲୋକମାନେ କାହିଁକି ଏତେ ଚାପୁଡ଼ା ମାରନ୍ତି?’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଯଦି ମୋତେ ଏଥିପାଇଁ ଟଙ୍କା ଦେବାକୁ ପଡିବ, ତେବେ ମୁଁ ଏଠାକୁ କେବେବି ଯିବି ନାହିଁ।’ ଏଥି ସହିତ ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ‘ଏହା ଏକ ଲଜ୍ଜାଜନକ ବିଷୟ ।

Comments are closed.