Latest Odisha News

BREAKING NEWS

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଆଶ୍ଚର୍ଯ୍ୟଚକିତ ହେଲେ ଡାକ୍ତର

ଚୀନ୍ : ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ  । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ  । ମାତ୍ର ଏହା ସତ  । ଚୀନ୍‌ର ଏକ ଡାକ୍ତରଖାନାରେ ଡାକ୍ତରମାନେ ମହିଳାଙ୍କ ବାମ ଆଖିରୁ ୪୦ଟି ଓ ଡାହଣ ଆଖିରୁ ୨୦ଟି ଜିଅନ୍ତା ପୋକ ବାହାର କରିଛନ୍ତି ।  ଡାକ୍ତରଙ୍କ କହିବା ଅନୁଯାୟୀ ଏଗୁଡିକ ‘ଫିଲାରିଓଇଡିଆ’ ନାମକ ଏକ ଜାତୀୟ ଗୋଲ୍‌କୃମି  । ମଣିଷକୁ ମାଛି କାମୁଡିବା ଦ୍ବାରା ଏଗୁଡିକ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ଦୀର୍ଘ ଦିନରୁ ମହିଳାଙ୍କ ଆଖି କୁଣ୍ଡାଇ ହେଉଥିଲା ।

ଦିନେ ହଠାତ୍ ଆଖି କୁଣ୍ଡାଇବା ବେଳେ ଏକ ପୋକ ବାହାରି ଆସିଥିଲା । ଏହାଦେଖି ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ପରେ ଡାକ୍ତର ମହିଳାଙ୍କ ଆଖିରୁ ପ୍ରାୟ ୬୦ଟି ଜୀବନ୍ତ ପୋକ ବାହାର କରିଥିଲେ । ମହିଳାଙ୍କ କହିବାନୁଯାୟୀ କୁକୁର କିମ୍ବା ବିରାଡ଼ିଙ୍କୁ ଆଉଁଷିବା ବେଳେ ଶୂକକୀଟ ତାଙ୍କ ହାତରେ ଲାଗିଯାଇଥିବ। ସେହି ହାତରେ ସେ ଆଖି ମଳି ଦେବାରୁ ଶୂକକୀଟଗୁଡିକ ତାଙ୍କ ଆଖିରେ ପଶିଯାଇଥିବ। କିନ୍ତୁ ଡାକ୍ତର ଏହାକୁ ଫିଲାରିଓଇଡିଆ ନାମକ ଗୋଲକୃମି ବୋଲି କହିଛନ୍ତି ।

Leave A Reply

Your email address will not be published.