Latest Odisha News

BREAKING NEWS

କଂଗ୍ରେସର ଇସ୍ତାହାରରେ ମୁସଲିମ ଲିଗର ଛାପ ରହିଛି: ମୋଦୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୋଦୀ । ଆଜି ସାହାରନପୁର ରାଲିରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା କଂଗ୍ରେସ ସରକାର ଦଶନ୍ଧି ପୂର୍ବରୁ ଶେଷ ହୋଇଯାଇଛି । ବର୍ତ୍ତମାନ ଯେଉଁ କଂଗ୍ରେସ ବାକି ଅଛି, ତା’ଙ୍କ ପାଖରେ ନା ଦେଶର ହିତ ପାଇଁ କୋଣସି ନୀତି ଅଛି ନା ରାଷ୍ଟ୍ର ନିର୍ମାଣର ଦୃଷ୍ଟିକୋଣ । କଂଗ୍ରେସର ଜାରି କରିଥିବା ଇସ୍ତାହାର ପତ୍ରରେ ମୁସଲିମ ଲିଗର ଛାପ ସମ୍ପୂର୍ଣ୍ଣ ରୂପେ ରହିଛି ।

ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଗତକାଲି କଂଗ୍ରେସ ଯେଉଁପ୍ରକାର ଇସ୍ତାହାର ପତ୍ର ଜାରି କଲା ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଆଜିର କଂଗ୍ରେସ ଆଜିର ଭାରତୀୟ ମାନଙ୍କ ଆଶା ଓ ଆକାଂକ୍ଷାରୁ ସମ୍ପୁର୍ଣ୍ଣ ଭାବରେ ବିଚ୍ଛିନ୍ନ । କଂଗ୍ରେସର ଇସ୍ତାହାରରେ ସେହି ମନବୃତ୍ତି ପ୍ରତିଫଳିତ ହେଉଛି ଯାହା ସ୍ୱାଧୀନତା ଆନ୍ଦୋଳନ ସମୟରେ ମୁସଲିମ ଲିଗରେ ରହିଛି । କଂଗ୍ରେସର ଇସ୍ତାହାରରେ ମୁସଲିମ ଲିଗର ଛାପ ରହିଛି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ମିଶନରେ ନିୟୋଜିତ ଅଛୁ। ଅନ୍ୟପକ୍ଷରେ, ଆମର ବିରୋଧୀମାନେ କ୍ଷମତା ପାଇବାକୁ ଚେଷ୍ଟା କରୁଛନ୍ତି । ମୁଁ ଦେଶରେ ଏଭଳି ପ୍ରଥମ ନିର୍ବାଚନ ଦେଖୁଛି ଯେଉଁଠାରେ ବିରୋଧୀ ବିଜୟ ପାଇଁ ଦାବି କରୁନାହାଁନ୍ତି, ବରଂ ନିର୍ବାଚନରେ କେବଳ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଯାହା ଦ୍ଵାରା ବିଜେପିର ଆସନ ୩୭୦ରୁ ହ୍ରାସ ପାଇବ ଏବଂ ଏନଡିଏର ଆସନ ୪୦୦ରୁ ହ୍ରାସ ହୋଇପାରିବ।

 

Comments are closed.