Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଳନ କରୁଛି ବିଜେପି

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମଜୟନ୍ତୀ । ବିଜେପି ପକ୍ଷରୁ ଦିନଟିକୁ ଖୁବ୍ ଧୂମଧାମରେ ପାଳନ କରାଯାଉଛି । ବାଜପେୟୀଙ୍କ ସ୍ମୃତିରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଅନ୍ୟ ନେତାମାନେ ।

୧୯୨୪ ଡିସେମ୍ୱର ୨୫ ତାରିଖରେ ଗ୍ୱାଲିଅରରେ ଜନ୍ମ ନେଇଥିଲେ ଅଟଳ ବିହାରୀ ବାଜପେୟୀ । ୧୯ ମାର୍ଚ୍ଚ, ୧୯୯୮ରୁ ୨୨ ମେ ୨୦୦୪ ପର୍ଯ୍ୟନ୍ତ ୧୩ ମାସ ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ବିଜେପି ପକ୍ଷରୁ ତାଙ୍କ ଜନ୍ମ ଦିନକୁ ‘ଗୁଡ୍ ଗଭର୍ଣ୍ଣାନ୍ସ ଡେ’ ବା  ‘ସୁଶାସନ ଦିବସ’ ଭାବେ ପାଳନ କରିଛନ୍ତି ।

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସହିତ ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ବାଜପେୟୀଙ୍କ ସ୍ମୃତି ପୀଠ ‘ସଦୈବ ଅଟଲ୍’ ଠାରେ ପୁଷ୍ପପ୍ରଦାନ କରି ଦେଶର ୧୦ମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପିର ବହୁ ବରିଷ୍ଠ ନେତା ଅଟଳଜୀଙ୍କ ସ୍ମୃତିଚାରଣ କରିଛନ୍ତି ।

ବାଜପେୟୀ ବିଜେପିର ସହ ପ୍ରତିଷ୍ଠାତା ଥିଲେ । ସେ ଆରଏସଏସର ସକ୍ରିୟ ସଦସ୍ୟ ମଧ୍ୟ ଥିଲେ । ଲୋକସଭାକୁ ସେ ୧୦ ଥର ଓ ରାଜ୍ୟ ସଭାକୁ ୨ ଥର ନିର୍ବାଚିତ ହୋଇଥିଲେ ।

୧୯୯୮ରେ ପୋଖରାନ ନ୍ୟୁକ୍ଲିଅର ଟେଷ୍ଟ ସହିତ ୧୯୯୯ରେ ଲାହୋରକୁ ବସ୍ ସେବା ଆରମ୍ଭ ଭଳି ବଡ଼ ସାହସିକତା ପଦକ୍ଷେପ ନେଇଥିଲେ ବାଜପେୟୀ । ହିନ୍ଦୀ ସାହିତ୍ୟରେ ଦକ୍ଷତା ପାଇଁ ସେ ଖୁବ୍ ଲୋକପ୍ରିୟ । ସ୍ୱାସ୍ଥ୍ୟ ଖରାପ ଯୋଗୁଁ ୧୬ ଅଗଷ୍ଟ ୨୦୧୮ରେ ୯୩ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଥିଲେ ।

 

 

Leave A Reply

Your email address will not be published.