Latest Odisha News

BREAKING NEWS

ଅଭୁଲା ଗୀତ : ଗୋରୀ ଗୋରୀ ଗୋରୀ

ଗୀତ ଓ ଗାୟନ: ଅକ୍ଷୟ କୁମାର ମହାନ୍ତି
ସଙ୍ଗୀତ: ଭୁବନେଶ୍ୱର ମିଶ୍ର
ଚଳଚ୍ଚିତ୍ର: ମା, ୧୯୫

ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନନେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନନେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି
ଝିଲିମିଲି ଝୀନ ଉତ୍ତରୀ
ଛନଛନ ଅଙ୍ଗେ ତୋ ଘେରି
ଖିଲିଖିଲି ହସି ଯାଅନା
ମନ କା’ର ନେଇ ଯାଅନା
ଯାଅ ଯାଅ ଯାଅରେ
ଚାହେଁନା ମୁଁ ତୋହରେ
ଦୂରେ ଯା’ ତୁ ଫେରି
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନନେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରିି
ଝିରିଝିରି ହସ ଝରଣା
ଛପିଛପି ଆଉ ଚାହାଁନା
ମନେ ମନେ ତୋର କା’ ଲାଗି
ଦିନ ଦିନ ରହୁରେ ଜାଗି
ଜାଣେ ଜାଣେ ଜାଣେରେ
କିଏ ତୋର ଦୁଆରେ
ନିତି ଯେ ଭିକାରୀ
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ
ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନନେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୬୯ ବହି

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.