ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ: ବାଜପେୟୀଙ୍କୁ ସ୍ମରଣ କରି ମୋଦୀ କହିଲେ ‘ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କର ଉଦ୍ୟମ ସବୁବେଳେ ସ୍ମରଣୀୟ ହୋଇ ରହିବ’
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଡିସେମ୍ବର ୨୫ରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ। ଆଜି ସମଗ୍ର ଦେଶ ବାଜପେୟୀଙ୍କୁ ସ୍ମରଣ କରୁଛି। ତାଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପ୍ରାପ୍ତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବରିଷ୍ଠ ନେତାମାନେ ଦିଲ୍ଲୀର ଅଟଳ ମେମୋରିଆଲରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ ନେତା ତାଙ୍କୁ ପ୍ରଣାମ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳ ବିହାରୀ ବାଜପେୟୀ ତାଙ୍କ ଜନ୍ମ ଜୟନ୍ତୀରେ ମୋର ଶତ ଶତ ପ୍ରଣାମ। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସେ ଦେଶକୁ ବିକାଶର ଅଦୃଶ୍ୟ ଉଚ୍ଚତାକୁ ନେଇଯାଇଥିଲେ। ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କର ଉଦ୍ୟମ ସବୁବେଳେ ସ୍ମରଣୀୟ ହୋଇ ରହିବ ‘।
Comments are closed.