ଭୁବନେଶ୍ୱର: ଅନେକ ଲୋମହର୍ଷଣକାରୀ ଅପରାଧ ଦେଖିଛି ବର୍ଷ ୨୦୨୦ । ପରୀଠୁ ଆରମ୍ଭ କରି ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି । ପୂର୍ବତନ ବିଧାୟକ ଅନୁପ ସାହୁଙ୍କ ଗିରଫଦାରୀ କୁହନ୍ତୁ କି ପାଠକ ବାପା-ପୁଅ ଜେଲ୍ ଯିବା । ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ ପିନ୍ଧାଇବା । ଏସବୁ ଘଟଣା ଏବର୍ଷ ବେଶ ଚର୍ଚ୍ଚାରେ ରହିଥିଲା ।
୧. ଯଦୁପୁର ‘ପରୀ’ କାହାଣୀ
ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ଅପରାଧ ନୟାଗଡ଼ ପରୀ ହତ୍ୟା । ଜୁଲାଇ ମାସରେ ହତ୍ୟାକାଣ୍ଡ ଘଟିଥିଲା । ଡିସେମ୍ବରରେ ଖୋଲିଲା ଗୁମର । ନାବାଳିକାଙ୍କ ବାପା-ମାଆ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବା ପରେ ପରୀ ପାଇଁ ତତ୍ପରତା ଦେଖାଦେଇଥିଲା । ସରକାର ଏସଆଇଟି ଗଠନ କଲେ । ଆଇପିଏସ୍ ଅରୁଣ ବୋଥ୍ରା ନେତୃତ୍ୱରେ ଅଭିଯୁକ୍ତ ପାଖରେ ପହଞ୍ଚିଲା ଏସଆଇଟି । କଲେଜ ପଢୁଆ ଛାତ୍ର ନିଷ୍ପାପ ପରୀକୁ ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ଘଟଣାକୁ ନେଇ ଅନେକ ତମ୍ବି ତଫାନ ବି ହୋଇଛି ।
୨. ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି
ବର୍ଷେ ବିତିଗଲା । କିନ୍ତୁ ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟି ପାରିଲାନି ପରଦା । ଜୁଲାଇ ୭ ଭୁବନେଶ୍ୱର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା । ଘରୁ ମିଳିଥିଲା ସୁଇସାଇଡ୍ ନୋଟ୍ । ଜିଆରପି ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତଥାପି ଅଡୁଆ ସୂତା ଭିତରେ ଅଟକିଛି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ । ହତ୍ୟା ନା ଆତ୍ମହତ୍ୟା ଖିଅ ଖୋଜି ପାଇନି ତଦନ୍ତକାରୀ ଟିମ୍ । ଆଦିତ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଠିଆ କରିଛି । ଯାହାର ଉତ୍ତର କାହା ପାଖରେ ନାହିଁ ।
ଆଦିତ୍ୟ ଦାଶ
୩. ଅନୁପ ସାଏଙ୍କ ଗିରଫଦାରୀ
ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ଏବର୍ଷ ଆରମ୍ଭରେ ବେଶ ହଟଚମଟ ସୃଷ୍ଟି କରିଥିଲା । ୨୦୧୬ ମସିହାରେ ଏକ ହତ୍ୟାକାଣ୍ଡ ମାମଲାରେ ଅନୁପଙ୍କୁ ବାନ୍ଧିଥିଲା ଛତିଶଗଡ଼ ପୋଲିସ । ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଗାଡ଼ି ଚଢ଼ାଇ ଅତି ଅମାନୁଷିକ ଭବାରେ ହତ୍ୟା କରାଯାଇଥିଲା । ୩ ବର୍ଷ ଖୋଳତାଡ ପରେ ଅନୁପଙ୍କ ପାଖରେ ପହଞ୍ଚିଥିଲା ପୋଲିସ । ଗିରଫ ପରେ ତାଙ୍କୁ ବିଜେଡିରୁ ବହିଷ୍କୃତ କରାଗଲା ।
ପୂର୍ବତନ ବିଧାୟକ ଅନୁପ ସାଏ
୪. ପାଠକ ବାପା-ପୁଅଙ୍କ ଗୁମର ପେଡ଼ି
ଏବର୍ଷ ଶେଷ ଆଡକୁ ଯେଉଁ ମାମଲା ସାରା ରାଜ୍ୟରେ ଚହଳ ପକାଇଥିଲା ତାହା ହେଉଛି ଆଇଏଏଫଏସ୍ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ବାବୁ ଫସିଲେ । ଓଡ଼ିଶା ସମେତ ୪ଟି ରାଜ୍ୟରେ ଭିଜିଲାନ୍ସ ଟିମ୍ ଦିନ ଦିନ ଘାଣ୍ଟିଲା । ସାମନାକୁ ଆସିଲା ନୂଆ ନୂଆ ରୋଚକ ତଥ୍ୟ । ପୁଅ ଆକାଶ ପାଠକଙକ୍ କଳା କାରନାମା ବି ପଦାକୁ ଆସିଲା । ଟାଟା ମୋଟର୍ସର ଏମ୍ଡି କହି ଠକେଇ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଚାକିରି ଦେବା ନାଁରେ ଟଙ୍କା ଆଦାୟ ଓ ହପଡ ଅଭିଯୋଗରେ ଜେଲରେ ଅଛନ୍ତି ଆକାଶ । ଅଭୟକାନ୍ତ ପାଠକ ବି ଝାରପଡ଼ା ଜେଲରେ ହିସାବନିକାଶ କରୁଛନ୍ତି ।
ଅଭୟକାନ୍ତ ପାଠକ-ଆକାଶ ପାଠକ
୫. ବନ୍ଧା ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
ପାଠକ ଫ୍ୟାମିଲି ଗୁମର ଖୋଲିବା ପରେ ଚର୍ଚ୍ଚାକୁ ଆସିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆକାଶ ଥିଲେ ପ୍ରଦୀପଙ୍କ ଭାବି ଜ୍ୱାଇଁ । ତଦନ୍ତ ବେଳେ ସାମନାକୁ ଆସିଲା ଭାବି ଜ୍ୱାଇଁଙ୍କ ଜାଲିଆତି କାମରେ ବିଧାୟକଙ୍କ ଲିଙ୍କ । ଦୁର୍ନୀତି ଅଭିଯୋଗରେ ତାଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଜନ ବିରୋଧ କାମ ପାଇଁ ବିଜଡିରୁ ବହିଷ୍କୃତ କଲେ ସୁପ୍ରିମୋ ନବୀନ ପଟ୍ଟନାକ । ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ତଦନ୍ତ କରୁଛନ୍ତି ଲୋକାୟୁକ୍ତ ।
ପ୍ରଦୀପ ପାଣିଗ୍ରାହୀ
ସେହିପିର ଏବର୍ଷ ଅନେକ କୋଟିପତି ସରକାରୀ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଅନେକ ବନ୍ଧା ହୋଇଛନ୍ତି । କିଛି ଦୁର୍ନୀତିଗ୍ରସ୍ତ ଟପ୍ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ବି ଦେଇଛନ୍ତି ସରକାର । କାହାର ବନ୍ଦ କରିଛନ୍ତି ପେନସନ୍ ।
BREAKING NEWS
- ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ
- BRICS Summit 2026: ଭାରତ-ଚୀନ୍ ମଧ୍ୟରେ କମିବ ଦୂରତା ? ସୀମା ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ BRICS ସହଯୋଗ ବୃଦ୍ଧି ଉପରେ ମୋଦୀ ଓ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ରୁଟ
- ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ
- ବିନା ଜ୍ୱରରେ ମଧ୍ୟ ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର ଲକ୍ଷଣ
- ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ
- ଅନଲାଇନ୍ ପେମେଣ୍ଟ କଲେ ମିଳିବ ଆଶ୍ୱସ୍ତି, ଘରେ କ୍ୟାସ୍ ଦେଲେ ଜୋମାଟୋ ନେବ ୫ ରୁ ୨୦ ଟଙ୍କା ଅତିରିକ୍ତ ଦେୟ
- ସୁପରହୀରୋ ହେବେ ଅମୀର
- ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ
- ଜଘନ୍ୟ ହତ୍ୟାକାଣ୍ଡ,୩ ଝିଅ ସହ ସ୍ତ୍ରୀଙ୍କୁ ପଥରରେ ଛେଚିଲା ସ୍ୱାମୀ

Comments are closed.