Latest Odisha News

BREAKING NEWS

ଇନଷ୍ଟାଣ୍ଟ ଲୋନ୍ ଆପରୁ ଋଣ ନେଇ ଶିକ୍ଷକଙ୍କ ଜୀବନ ଗଲା

ଫଟୋକୁ ଅଶ୍ଲୀଳ କରି ଭାଇରାଲ କରିଥିଲା ଏଜେଣ୍ଟ

ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗରେ ଜଣେ ୪୫ ବର୍ଷୀୟ ସ୍କୁଲ ଶିକ୍ଷକ ଉଲୱେ ନିକଟସ୍ଥ ଅଟଳ ସେତୁରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ମୃତକଙ୍କ ନାମ ବୈଭବ ପିଙ୍ଗାଲେ ହୋଇଥିବା ବେଳେ ସେ ଆଲିବାଗର କୁରୁଦ ଗାଁର ବାସିନ୍ଦା ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଶିକ୍ଷକ ଜଣକ କରଜ ସୁଝିବା ପାଇଁ ଏକ ଇନଷ୍ଟାଣ୍ଟ ଲୋନ୍ ଆପ୍ କମ୍ପାନୀରୁ କିଛି ଋଣ କରିଥିଲେ। ନିୟମିତ ଟଙ୍କା ପରିଶୋଧ କରିଚାଲିଥିଲା ବେଳେ କୌଣସି କାରଣବଶତଃ ବାକି ଟଙ୍କା ଦେଇପାରିନଥିଲେ। ଫଳରେ ଟଙ୍କା ରିକଭରି ପାଇଁ ଏଜେଣ୍ଟମାନେ ଗତ ଗୋଟିଏ ସପ୍ତାହ ଧରି ତାଙ୍କୁ ପିଛା କରି ଗାଳିଗୁଲଜ କରୁଥିଲେ। ଶିକ୍ଷକ ଜଣକ ୧୨,୦୦୦ ଟଙ୍କା ବକେୟା ପରିଶୋଧ କରିପାରି ନଥିଲା ବେଳେ ଏଜେଣ୍ଟଙ୍କ ଦ୍ବାରା ଅପଦସ୍ତ ହେଉଥିଲେ।

ଏପରିକି ସେମାନେ ଶିକ୍ଷକଙ୍କ ଫଟୋକୁ ଅଶ୍ଲୀଳ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଯାହାଫଳରେ ଲଜ୍ଜିତ ଶିକ୍ଷକ ଜଣକ ଅଟଳ ସେତୁରୁ ଡେଇଁ ଜୀବନ ହାରିଥିଲେ। ତେବେ ଏହି ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ଯ କଏଦ ହୋଇଛି।

 

Comments are closed.