Latest Odisha News

BREAKING NEWS

ଜାନୁୟାରୀ ୧୯ରେ ରିଲିଜ୍ ହେବ ମେଁ ଅଟଳ ହୁଁ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମେଁ ଅଟଳ ହୁଁ’ ଆସନ୍ତା ଜାନୁୟାରୀ ୧୯ ତାରିଖରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ଼ ଅଭିନତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅଭିନେତା ପଙ୍କଜ ଏହା କହିଛନ୍ତି ।

ନିକଟରେ ପଙ୍କଜ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ନୂଆ ପୋଷ୍ଟର୍ ଉନ୍ମୋଚନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି, “ସୁନାର ହୃଦୟ, ଲୌହ ମାନବ । ଜଣେ କବି ଯିଏ ଭାରତର ନୂଆ ଇତିହାସ ରଚିଥିଲେ । ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାହାଣୀ ‘ମେଁ ଅଟଳ ହୁଁ’ ଦେଖନ୍ତୁ ୨୦୨୪ ଜାନୁଆରି ୧୯ ତାରିଖରେ ।’’ ଚଳଚ୍ଚିତ୍ର ନିର୍ମାତା ରବି ଯାଦବ ଏହି ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ରବିଙ୍କ ସମେତ ଉତ୍କର୍ଷ ନୈଥାନୀ ଓ ଋଷି ବୀରମଣୀ ଏହାର କାହାଣୀ ରଚନା କରିଛନ୍ତି ।

Comments are closed.