Latest Odisha News

BREAKING NEWS

ବିବାହ ପରେ ସମୂଦ୍ରକୂଳିଆ ଆପାର୍ଟମେଂଟରେ ରହିବେ ରାହୁଲ-ଆଥିୟା

ମୁମ୍ବାଇ: କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ଶେଟ୍ଟୀ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଂଟ ଭଡାରେ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିବାହ ପରେ ଉଭୟ ଏଠାରେ ରହିବାକୁ ମନ ବଳାଇଛନ୍ତି । ଏହା ସି ଫେସିଂ ଏବଂ ୪ ବିଏଚକେ ଆପାର୍ଟମେଂଟ ଅଟେ । ବିଲ୍ଡିଂରେ ୮ମ ଫ୍ଲୋରରେ ଥିବା ଏହି ଘରର ଭଡା ମାସକୁ ୧୦ଲକ୍ଷ ଟଙ୍କା ।

ଚଳିତ ବର୍ଷ ଶେଷ ଭାଗରେ ଉଭୟ ବିବାହ କରିବା ଖବର ଉଠିଥିଲେ ସେମାନଙ୍କ ନିକଟତମ ସୂତ୍ର ଅନୁସାରେ ଉଭୟଙ୍କ ପାଖରେ ଏବେ ସମୟର ଘୋର ଅଭାବ । ସୁନୀଲ ସେଟ୍ଟୀ ମଧ୍ୟ ଝିଅ ବାହାଘର ନେଇ ପରୋକ୍ଷରେ ସୂଚନା ଦେଇ ସାରିଛନ୍ତି । ତେବେ ବିଧିବଦ୍ଧ ଭାବେ କୌଣସି ଘୋଷଣା ଏ ପର୍ଯ୍ୟନ୍ତ କରାଯାଇ ନାହିଁ ।

Leave A Reply

Your email address will not be published.