Latest Odisha News

BREAKING NEWS

୩୦୦ ବର୍ଷ ତଳର ଶିବ ମନ୍ଦିର ଉପରେ ଚଢ଼ିଲା ବୁଲଡୋଜର

ଜୟପୁର: ଜୟପୁରର ଅଲୱାରରେ ୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ଉପରେ ଚଢ଼ିଛି ବୁଲଡୋଜର । ଏହାକୁ ନେଇ ସେଠାରେ ଜନସାଧାରଣ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଘଟଣା ନେଇ କଂଗ୍ରେସ ସରକାରକୁ ଘେରିଛି ବିଜେପି । ଯେଉଁମାନେ ଏଥି ସହିତ ସମ୍ପୃକ୍ତ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ହିନ୍ଦୁ ସମର୍ଥକ ସଂଗଠନ ମାନେ ଦାବୀ କରିଛନ୍ତି । ଶିବ ମନ୍ଦିରରେ ଜୋତା ପିନ୍ଧି ପଶିବା, ମୂର୍ତିକୁ ଖଣ୍ଡ ବିଖଣ୍ଡିତ କରିବା ଏବଂ କଟର ମେଶିନ ଚଳାଇବାର କୌଣସି ଆବଶ୍ୟକତା ନ ଥିଲା ବୋଲି ଭକ୍ତମାନେ କହିଛନ୍ତି ।

କରୌଲୀ, ଜହାଙ୍ଗୀରପୁରୀ ଘଟଣା ଉପରେ ଲୁହ ଗଡାଉଥିବା କଂଗ୍ରେସ ଏହି ଘଟଣାରେ କିପରି ଚୁପ ରହୁଛି ବୋଲି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆ କହିଛନ୍ତି । କଂଗ୍ରେସର ଏହା ବୋଧେ ଧର୍ମ ନିରପେକ୍ଷତା ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.