Latest Odisha News

BREAKING NEWS

ବଲିଉଡକୁ ଅଲବିଦା କହି ସାରିଛନ୍ତି ଆଥିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ବଲିଉଡକୁ ଅଲବିଦା କହିସାରିଛନ୍ତି । ତାଙ୍କ ବାପା ତଥା ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ସେ ଆଉ ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହାନ୍ତି । ଇତି ମଧରେ ଆଥିୟା ନୂତନ କ୍ୟାରିୟର ବାଛି ସାରିଛନ୍ତି ବୋଲି ସୁନୀଲ କହିଛନ୍ତି । ୨୦୧୫ରେ ସଲମାନ ଖାଁ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୀରୋ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିଲେ । ମୁବାରକ ଓ ମୋତିଚୁର ଚକାନାଚୁର ପରି ଫିଲ୍ମରେ ଅଭିନୟ କରିବା ପରେ ସେ ହଠାତ ବଲିଉଡରୁ ଗାଏବ ହୋଇ ଯାଇଥିଲେ ।

ସୂଚନାଯୋଗ୍ୟ, କ୍ରିକେଟର କେଏଲ ରାହୁଲଙ୍କ ସହ ଦୀର୍ଘ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏବେ ନିକଟରେ ସେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଥିୟା ତାଙ୍କ ପାରିବାରିକ ଜୀବନକୁ ଏବେ ବିଶେଷ ଧ୍ୟାନ ଦେଉଛନ୍ତି । ସେ ଯଥାସମ୍ଭବ ଗ୍ଲାମର ମିଛ ଦୁନିଆରୁ ଦୂରେଇ ରହିବାକୁ ଚାହୁଁଛନ୍ତି ବୋଲି ସୁୂନୀଲ କହିଛନ୍ତି ।

Comments are closed.