Latest Odisha News

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲା ଆମ୍ବେଦକର ଓ ଭଗତ ସିଂହଙ୍କ ଫଟୋ, ବର୍ଷିଲେ ଅତିଶୀ

ନୂଆଦିଲ୍ଲୀ: ବର୍ତ୍ତମାନର ଦିଲ୍ଲୀ ସରକାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ  ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ହଟାଇ ଦେଇଛନ୍ତି।

ଏହା ଭଗତ ସିଂହ ଏବଂ ଆମ୍ବେଦକରଙ୍କ ପ୍ରତି ଅପମାନ ଓ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଆପ ନେତ୍ରୀ ଅତିଶୀ କହିଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ ଏହି ଫଟୋଗୁଡିକୁ ହଟାଇ ଦିଆଯାଇଥିବାର ଦେଖିଥିଲେ।

ତେବେ ଏହିଭଳି କାର୍ଯ୍ୟକଳାପ ଦ୍ବାରା ବିଜେପିର ଦଳିତ ବିରୋଧୀ ମାନସିକତା ଲୋକଲୋଚନକୁ ଆସିଥିବା ନେଇ ଅତିଶୀ କହିଛନ୍ତି।  ଏଥିରୁ ବିଜେପିର ଦଳିତ ବିରୋଧୀ, ଶିଖ ବିରୋଧୀ ଏବଂ ଦେଶ ବିରୋଧୀ ମାନସିକତା ଦେଖିବାକୁ ମିଳୁଛି। ଅପରପକ୍ଷରେ ଅତିଶୀଙ୍କ ଏହି ବୟାନକୁ ନେଇ ଗୃହରେ ହଟ୍ଟଗୋଳ ମଧ୍ଯ ସୃଷ୍ଟି ହୋଇଥିଲା।

 

Comments are closed.