Latest Odisha News

କେଜ୍ରିଓ୍ବାଲଙ୍କ ପୁରୁଣା ଠିକଣାକୁ ସିଫ୍ଟ ହେଲେ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ, ତେଜିଲା ବିବାଦ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସେମାବାର ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରହିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଫ୍ଲାଗଷ୍ଟାଫ୍ ରୋଡ୍  ସ୍ଥିତ ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଆତିଶୀଙ୍କ ସମସ୍ତ ଆସବାବପତ୍ର ସ୍ଥାନାନ୍ତର ଆରମ୍ଭ ହୋଇସାରିଛି।

ସେପଟେ କିନ୍ତୁ ଯେମିତି ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଆତିଶୀଙ୍କ ପ୍ରଥମ ଗାଡି ପ୍ରବେଶ କରିବା ସହିତ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଏହାକୁ ନେଇ ଦିଲ୍ଲୀ ଲୋକ ନିର୍ମାଣ ବିଭାଗ, ପିଡବ୍ଲୁଡିର ଅଧିକାରୀଙ୍କ କହିବା କଥା, ଏ ପର୍ଯ୍ୟନ୍ତର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କୁ କୌଣସି ବି ବାସଭବନ ଆବଣ୍ଟନ କରାଯାଇନାହିଁ । ହେଲେ ବିଭାଗ ଏହା ବି ଦର୍ଶାଇଛି ଯେ, ସିବିଲ୍ ଲାଇନ୍ସ ସ୍ଥିତ ବଙ୍ଗଳାର ଚାବି ତାଙ୍କ ପାଖରେ ନାହିଁ । ଏନେଇ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପତ୍ର ଲେଖିସାରିଛନ୍ତି ।

ଯାହାକୁ ନେଇ ଏବେ ଘେରିଛି ବିଜେପି । ବିଜେପି କହିଛି, ମୁଖ୍ୟମନ୍ତ୍ରୀ ଅବୈଧ ଭାବେ ପୁରଉରା ମୁଖ୍ୟମନ୍ତ୍ରୀ ବାସଭବନରେ ରହିବାକୁ ଆସିଛନ୍ତି । ଆତିଶୀ ପିଡବ୍ଲୁଡି ଓ ପୋଲିସଙ୍କ ମାଧ୍ୟମରେ ଏହି ଘର ହାତେଇଥିବା ଅଭିଯୋଗ କରିଛି ବିଜେପି । ଏଥିସହିତ କେଜ୍ରିଓ୍ବାଲ ଯେଉଁ ୪୫ କୋଟିର ଆଲିସାନ ବଙ୍ଗଳାରେ ରହୁଥିଲେ ତାହା ଭିତର ରହସ୍ୟ ଲୁଚାଇବା ପାଇଁ କେଜ୍ରିଓ୍ବାଲ ଓ ଆତିଶୀ ଏପରି କରିଛନ୍ତି ବୋଲି ଦାବି କରିଛି ବିଜେପି ।

ଯାହାକୁ ନେଇ ଆପ୍ କହିଛି, ଆତିଶୀ ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ଥାନାନ୍ତରିତ ହେବା ପ୍ରକ୍ରିୟା ଚାଲୁରହିଛି । ପିଡବ୍ଲୁଡି ୬ ଅକ୍ଟୋବରକୁ ହିଁ ଏହାର ଚାବି ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ହସ୍ତାନ୍ତର କରିଥିଲେ । ବିଭାଗ ଏହା କଲା ବେଳେ ସମସ୍ତ ପ୍ରକ୍ରିୟା ଓ ପ୍ରଟୋକଲ ପାଳନ କରିଛି ବୋଲି ଦାବି କରିଛି ଆପ୍ ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସେପ୍ଟେମ୍ବର ମାସରେ ଆପ୍ ଜାତୀୟ ସଂଯୋଜକ ପଦରୁ ଇସ୍ତଫା ଦେଇଥିଲେ । ଗତ ଶୁକ୍ରବାର ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳା ଛାଡି ମଣ୍ଡି ହାଉସ୍ ସ୍ଥିତ ୫ ଫିରୋଜଶାହ ରୋଡ୍କୁ ପରିବାରଙ୍କ ସହିତ ସ୍ଥାନାନ୍ତରିତ ହୋଇଥିଲେ ।  ଏହି ବଙ୍ଗଳା ଛାଡିବାର କିଛି ଦିନ ପରେ ଆତିଶୀ ତାଙ୍କ ପୁରୁଣା ବଙ୍ଗଳାରେ ରହିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଯାହାକୁ ନେଇ ଏବେ ପ୍ରଶ୍ନ କରିଛି ବିଜେପି ।

Leave A Reply

Your email address will not be published.