ଖୋର୍ଦ୍ଧା: ବିଭିନ୍ନ ସମୟରେ ଅଶିକ୍ଷିତ / ବୃଦ୍ଧବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନରେ ପଡନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ ଆକାଉଣ୍ଟରରେ ନଜର ରଖିଥିଲେ ଓ ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ୍ କରିବାରେ ସଫଳ ହେଉଥିଲେ।
ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ,ନାଚୁଣୀ,ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହେଉଥିଲା। ତେବେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି।
ଏଥିସହ ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସର୍ଣ୍ଣ ଅଳଙ୍କାର ଶୋ’ ରୁମ୍ରୁ ଗତ ୨ ତାରିଖ ରାତିରେ ଚୋରି ହୋଇଥିବା ୭୦ ଗ୍ରାମ ସୁନା, ୪କିଲୋ ରୁପା ସାମଗ୍ରୀ ୨୦୦ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରିଛି ପୋଲିସ ଓ ୨ଜଣଙ୍କୁ ଗିରଫ କରିଛି । ଏନେଇ ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Comments are closed.