Latest Odisha News

BREAKING NEWS

ପଣ୍ଡ ହେଲା ଏଟିଏମ୍ ଲୁଟ୍ ଯୋଜନା; ୫ ଗିରଫ

ପୁରୀ: ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ କଲା ପୋଲିସ। ପୁରୀ ବାସେଳୀ ସାହି ଥାନା ପୋଲିସ ଏଟିଏମ ଲୁଟ ଯୋଜନାକୁ ପଣ୍ଡ କରିବା ସହ ୫ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସୁଦର୍ଶନ ନଗରର ରାଜା ଓରଫ ରାଜେଶ ବାରିକ, ଭୁଦାନ ନଗରର ରବି ସୁବୁଦ୍ଧି, ମୁନା ଓରଫ ମହେନ୍ଦ୍ର ସାହୁ, ଜଗନ୍ନାଥ ବଲ୍ଲଭର ଚନ୍ଦନ ଦାସ, ଓ ଖୋର୍ଦ୍ଧା ଟାଙ୍ଗୀ ଥାନା ଅନ୍ତର୍ଗତ ବାଲିପାଟପୂର କଲୋନୀର ମାଧବ ମଣ୍ଡଳ ।

ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇଟି ଚୋରା ମୋଟର ସାଇକେଲ, ଏକ ଅଫୁଟା ବୋମା, କଟର ମେସିନ ଓ ମାରଣାସ୍ତ୍ର ଜବତ କରିଛି ।

ଶୁକ୍ରବାର ରାତି ତିନିଟାରେ ରାଜା ଅନ୍ୟମାନଙ୍କୁ ଧରି ଦାମୋଦର ରୋଡରେ ଥିବା ଏକ ଏଟିଏମ ଲୁଟ କରିବା ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରି ଏହି ପାଞ୍ଚ ଜଣଙ୍କୁ କାବୁ କରିଥିଲା ।

Leave A Reply

Your email address will not be published.