Latest Odisha News

BREAKING NEWS

କୁହୁଡ଼ି ଚାଦର ତଳେ ଲୁଚିଗଲା ଟୁଇନ୍ ସିଟି

ଭୁବନେଶ୍ୱର: ଟୁଇନ୍ ସିଟିରେ ଆଜି ବି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଛି । ଏତେ ମାତ୍ରାରେ କୁହୁଡ଼ି ପଡିଥିଲା ଯେ, ୫୦ ମିଟର ଭିତରେ କିଛି ଦେଖା ଯାଉ ନଥିଲା । ଦିଲ୍ଲୀ ଭଳି ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି ହୋଇଥିଲା ।

ଭୁବନେଶ୍ୱର ଓ କଟରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ଦୁଇ ତିନି ଦିନ ହେବ ରାଜ୍ୟରେ କୁହୁଡ଼ି ବଢ଼ିଛି । ପାଗ ଶୁଖିଲା ରହିଛି । ପାଣିପାଗ ବିଭାଗ କହିଛି, ଆହୁରି ଦିନେ ଦୁଇ ଦିନ ଘନ କୁହୁଡ଼ି ରହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଖସୁଛି ସର୍ବନିମ୍ନ ତାପମାତ୍ରା । ଶୀତ ବି ବଢୁଛି ।

Leave A Reply

Your email address will not be published.