Latest Odisha News

BREAKING NEWS

ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ପୁଅ

କଟକ: କଥାରେ ଅଛି ମୃତ୍ୟୁ କେତେବେଳେ କଉଠି ବି ଆସେ କାହାକୁ ଜଣା ନଥାଏ । କିଏ ଜାଣିଥିଲା ଏତେ କମ୍ ବୟସରେ ସେ ଦୁନିଆ ଛାଡ଼ି ଚାଲି ଯିବେ । ଯେଉଁ ବୟସରେ ଭବିଷ୍ୟତ ଗଢିବାକୁ ସ୍ବପଦେଖିବା କଥା ସେ ଆଜି ଅଫେରା ରାଇଜରେ । ଆାମେ କହୁଛୁ ଓଡ଼ିଆ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ବିଷୟରେ ।

ମାଆର ମୃତ୍ୟୁ ପରେ ଦୁଇ ପୁଅଙ୍କର ସାହାରା ବନିଥିଲେ ବାପା ମିହିର ଦାସ । ହେଲେ ତାହା ବି ଦଇବ ସହିଲା ନାହିଁ , ଦୁଇ ପୁଅଙ୍କୁ ଛାଡ଼ି ଆାରପାରିକୁ ଚାଲି ଗଲେ ବାପା । ମିହିର ଦାସଙ୍କ ମୃତ୍ୟୁର ଠିକ୍ ବର୍ଷକ ପରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ସାନ ପୁଅ ଅକ୍ଲାନ୍ତ ଦାସ। ବଡ଼ ଭାଇକୁ ଏକା କରି ଏବେ ପରଲୋକରେ ସାନ ଭାଇ ଅକ୍ଲାନ୍ତ । ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।

ମାସେ ହେଲା ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ଲିଭର ଜନିତ ସମସ୍ୟା ଯୋଗୁ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପରେ କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଗତବର୍ଷ ଜାନୁଆରି ୧୧ ତାରିଖରେ କଟକର ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ମିହିର। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ବର୍ଷକ ପରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ସାନ ପୁଅ ଅକ୍ଳାନ୍ତ ।

Leave A Reply

Your email address will not be published.