Latest Odisha News

BREAKING NEWS

ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଦେହାନ୍ତ । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଥିବା ସୂଚନା  । ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା  ।

ପେସାରେ ସେ ଜଣେ ସାମ୍ବାଦିକ ଏବଂ ଓକିଲ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ପରିବାରରେ ତାଙ୍କର ପତ୍ନୀ ଓ ଗୋଟିଏ  ପୁଅ, ଗୋଟିଏ ଝିଅ ଅଛନ୍ତି ।

ସେ ଥିଲେ ଜଣେ ମେଳାପୀ ମଣିଷ । ଲୋକଙ୍କୁ ସାହାଯ୍ୟ କରିବା, ସତ୍ୟ ଖବରକୁ ଲୋକ ଲୋଚନକୁ ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ତାଙ୍କ ବିୟୋଗରେ ସମସ୍ତ ସାମ୍ବାଦିକ ଓ ଓକିଲଙ୍କ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଚିରଞ୍ଜିତଙ୍କ ବିୟୋଗରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.