ନୂଆଦିଲ୍ଲୀ:ଦେଶର ବିଭିନ୍ନ ସ୍ଥାନରୁ ପାକିସ୍ତାନୀ ଗୁପ୍ତଚରମାନଙ୍କୁ ଧରାଯାଉଛି। ଏଥି ମଧ୍ୟରେ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁପି ଏଟିଏସ୍ ବାରାଣସୀରୁ ତୁଫୈଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।ତୁଫୈଲ ୬୦୦ରୁ ଅଧିକ ପାକିସ୍ତାନୀ ନମ୍ବର ସହିତ ଯୋଗାଯୋଗରେ ଥିଲା। ତୁଫୈଲ ପାକିସ୍ତାନୀ ନମ୍ବରରେ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରୁଥିଲା।
କୁହାଯାଉଛି ଯେ ତୁଫୈଲ ଫେସବୁକ୍ ମାଧ୍ୟମରେ ପାକିସ୍ତାନର ଫୈସଲାବାଦର ବାସିନ୍ଦା ନଫିସା ନାମକ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିଲେ, ଯାହାଙ୍କ ସ୍ୱାମୀ ପାକିସ୍ତାନୀ ସେନାରେ ଅଛନ୍ତି। ଏବେ ATS ତାଙ୍କୁ ପଚରାଉଚରା କରୁଛି।
ତୁଫୈଲ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ତେହରିକ-ଏ-ଲବୈକର ନେତା ମୌଲାନା ସାଦ ରିଜଭିଙ୍କ ଭିଡିଓ ହ୍ୱାଟସଆପ୍ ଗ୍ରୁପରେ ସେୟାର କରିଥିଲେ ଏବଂ ଗଜୱା-ଏ-ହିନ୍ଦ, ବାବରୀ ମସଜିଦର ପ୍ରତିଶୋଧ ନେବା ଏବଂ ଭାରତରେ ଶରିୟତ ଲାଗୁ କରିବା ସହ ଜଡିତ ବାର୍ତ୍ତା ଲଗାତାର ସେୟାର କରୁଥିଲା। ଏଥିପାଇଁ ସେ ପାକିସ୍ତାନୀମାନଙ୍କଠାରୁ ସମର୍ଥନ ଲୋଡ଼ିଥିଲା। ସେ ବାରଣାସୀରେ ଥିବା ତାଙ୍କ ନିକଟତମ ଲୋକଙ୍କ ସହ ପାକିସ୍ତାନୀ ହ୍ୱାଟସଆପ୍ ଗ୍ରୁପର ଲିଙ୍କ୍ ଲଗାତାର ସେୟାର କରୁଥିଲା ଏବଂ ସେମାନଙ୍କୁ ପାକିସ୍ତାନର ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ଲବୈକର ନେତା ମୌଲାନା ସାଦ ରିଜଭିଙ୍କ ସହ ଯୋଗାଯୋଗ କରିବାକୁ କହୁଥିଲା।
ତାଙ୍କ କାର୍ଯ୍ୟକଳାପ ଦେଖିବା ପରେ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍ (ATS) ତାଙ୍କୁ ଗିରଫ କରିଥିଲା।
ସୂଚନା ଅନୁଯାୟୀ ତୁଫୈଲ ରାଜଘାଟ, ଜାମା ମସଜିଦ ଏବଂ ବାରାଣସୀର କିଛି ଘନ ଜନବସତି ଅଞ୍ଚଳର ଫଟୋ ଏବଂ ବିବରଣୀ ପାକିସ୍ତାନ ସହିତ ସେୟାର କରିଥିଲେ। ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସୂଚନା ମିଳିଛି ଯେ, ତୁଫୈଲ ରାଜଧାନୀ ଦିଲ୍ଲୀରୁ ବାରାଣସୀ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋ ମଧ୍ୟ ସେୟାର କରିଛି। ଯେଉଁଥିରେ ବାରାଣସୀର ଜ୍ଞାନବାପୀ ଅଞ୍ଚଳକୁ ମଧ୍ୟ ସାମିଲ କରାଯାଇଛି। ଏହା ବ୍ୟତୀତ ଦିଲ୍ଲୀର ରାଜଘାଟ, ରେଳ ଷ୍ଟେସନ, ଜାମା ମସଜିଦ, ଲାଲକିଲ୍ଲା, ନିଜାମୁଦ୍ଦିନ ଆଉଲିଆର ବିବରଣୀ ଏବଂ ଫଟୋ ମଧ୍ୟ ସେୟାର କରାଯାଇଥିଲା। କାଶୀର ନମୋ ଘାଟ, ବିଶ୍ୱନାଥ ମନ୍ଦିର ପରିସର, ଜ୍ଞାନବାପୀ ପରିସର, ସଙ୍କଟ ମୋଚନ ମନ୍ଦିର, କ୍ୟାଣ୍ଟ ରେଳ ଷ୍ଟେସନ ସମେତ ଅନ୍ୟାନ୍ୟ ଅନେକ ସ୍ଥାନ ବିଷୟରେ ମଧ୍ୟ ସୂଚନା ପଠାଯାଇଛି।
Comments are closed.