Latest Odisha News

BREAKING NEWS

ମୋହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ମୋହର ଅନ୍ୟ ନାମ ଅଜ୍ଞତା । ସଂସାରରେ ଅନେକ ଲୋକ ମୋହରେ ଅନ୍ଧପୁଟୁଳି ବାନ୍ଧିଦିଅନ୍ତି । ଯେପରି ବିଜୁଳିକୁ ଛୁଇଁବା ଦ୍ବାରା ଆଘାତ ଲାଗେ ବା ଦୂରକୁ ଫିଙ୍ଗି ଦିଏ । ସେହିପରି ମୋହ ହେତୁ କ୍ରୋଧ ତାକୁ ହତ୍ୟା କରେ ଏବଂ ଅନ୍ୟଟି ନିରାଶା ଓ ଘୃଣା ଦ୍ବାରା ପରକୁ ହତ୍ୟା କରେ । ଆମେ ମୋହରୁ କିପରି ରକ୍ଷା ପାଇ ପାରିବା ? ଚଳଚ୍ଚିତ୍ରରେ ଦେଖା ଯାଉଥିବା ଦୃଶ୍ୟ ଗୁଡିକ ସତ୍ଯ ନୁହେଁ । ଆମେ ଯଦି ସେ ଦୃଶ୍ୟ ପ୍ରତି ବିଶେଷ ଧ୍ୟାନ ଦେବା, ତାହାହେଲେ ଆମର ପ୍ରକୃତି ପ୍ରବୃତ୍ତି କେଉଁଠି ରହିବ ? ସେଗୁଡିକରେ ନିଶ୍ଚିତତା ନ ଥାଏ । କାରଣ ସେହି ଦୃଶ୍ୟ ମନୋରଞ୍ଜନ ଧର୍ମୀ । ଯଦି ସେ ଦୃଶ୍ୟ ପ୍ରତି ଅହେତୁକ ଭାବବିହ୍ବଳ ହେବା ତାହା ହେଲେ ଆମର କ୍ଷତି ହେବ । କାରଣ ସେ ଏକ ପ୍ରକାର ମୋହ । ଆପଣ ସେ ଦୃଶ୍ୟ ଗୁଡିକ ବିଷୟରେ ଚିନ୍ତା କରନ୍ତୁ ନାହିଁ । ଯଦି ଦୃଶ୍ୟକୁ ଦେଖିବା ମାତ୍ରେ ଚିନ୍ତା ଉଠିଲା, ପ୍ରବୃତ୍ତି ଉତ୍ପନ୍ନ ହେଲା, ମନ ଦୌଡିଗଲା । ତାହାହେଲେ ମୋହ ବା ସଂଲଗ୍ନତା ଓ ଘୃଣା ରହିଲା । ତାହା ଦ୍ୱାରା ଆଉ କିଛି କରି ପାରିବା ନାହିଁ । ବେଳେ ମନୁଷ୍ଯ ଗୋଟିଏ କାମ ମନ ଧ୍ଯାନ ଦେଇ କରୁଥାଏ , କିନ୍ତୁ ସେଥିରେ ତାର ବ୍ୟକ୍ତିଗତ ସ୍ୱାର୍ଥ ନ ଥାଏ ।

ଉଦାହରଣ ସ୍ୱରୂପ ଏକ ବ୍ୟାଙ୍କ କର୍ମଚାରୀ । ପ୍ରତିଦିନ ଟଙ୍କା ଗଣନା କରନ୍ତି, ଟଙ୍କାକୁ ଅତି ଯତ୍ନର ସହିତ ରଖନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କାରବାର କରନ୍ତି । ନା ଏହାକୁ ଗ୍ରହଣ କରିବାରେ ଆନନ୍ଦ ନା ଦେବାରେ ବିଷାଦ । ଏହା ତାଙ୍କର ଦାୟିତ୍ବବାନ୍ କାର୍ଯ୍ୟ ବୋଲି ଅନୁଭବ କରନ୍ତି । ତେଣୁ ଆମେ ଜୀବନରେ କର୍ମ କରିବା, ଲୋଭ ମୋହ ଚକ୍କରରେ ପଡି ପାପ ଅର୍ଜନ କରିବା ନାହିଁ । ଥରେ ରସଗୋଲା ଚିନିକୁ କହିଲା – ତୁମେ କେତେ ଅଭାଗା । ମୁଁ ସୋ କେଶରେ ସଜା ହୋଇ ରହୁଛି । ତୁମେ ଗୋଦାମରୁ ଟ୍ରକକୁ, ଏ ହାତରୁ ସେ ହାତକୁ ଫିଙ୍ଗା ଫୋପଡା କରି ଷ୍ଟୋର ରୁମ୍ ରେ ରଖୁଛନ୍ତି। ଚିନି କହିଲା – ଭାଇ, ଅତ୍ୟଧିକ ଅହଂକାରୀ ହୁଅ ନାହିଁ । ତୁମେ ଯାହା ବି ହୋଇଛ ମୋ ହେତୁ । ଯଦି ମୁଁ ତୁମ ଭିତରେ ନ ରହେ, ତୁମେ ଏକ ଗୁଲି ହୋଇ ରହିଯିବ । ସେହିଭଳି, ଜୀବନରେ ଯଦି ଭଗବତ୍ ପ୍ରେମ ନାହିଁ। ଯଦି ଭଗବାନଙ୍କ ପ୍ରତି ଆସ୍ଥା ନାହିଁ ତାହାହେଲେ ଜୀବନରେ ମଧୁରତା ନାହିଁ, ଆନନ୍ଦ ନାହିଁ । ରସଗୋଲା ପରି ଅହଂକାରୀ । ଆଉ ଚିନି ବିନା ଏକ ଗୁଲ୍ଲା ।

୯୬୯୨୭୪୦୩୬୬

Leave A Reply

Your email address will not be published.