Latest Odisha News

BREAKING NEWS

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଏବଂ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଅଟକ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି କେନ୍ଦୁଝର ଟାଉନ୍ ଥାନା ପୋଲିସ । ତାଙ୍କୁ ପଚରାଉଚରା ଚାଲିଛି ।

ଗତକାଲି ଟାଉନ୍ ଥାନା କାଶୀପୁର ନିକଟରେ ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ିକୁ କିଛି ଦୁର୍ବୃତ୍ତ ଅଟକାଇବା ସହ ଆକ୍ରମଣ ଉଦ୍ୟମ କରିଥିଲେ । ଏତିକିବେଳେ ବାଧା ଦେବାରୁ ପିସିସି ସଭାପତିଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ହୋଇଥିଲା ।

ଏପରିକି ମାରି ଦେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ସୁରକ୍ଷାକର୍ମୀଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ଆମ୍ଭ କରିଥିଲା ପୋଲିସ ।

Leave A Reply

Your email address will not be published.