ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ତଥା ବିଜେପି ନେତା ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ସୋର ଥାନା ନିକଟରେ ଦୁବୃର୍ତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲୋକନାଥ ମର୍ଣ୍ଣିଂୱାକରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା । ସୋର ଥାନାଠାରୁ ମାତ୍ର ୧୦ ମିଟର ଦୂରରେ ଏଭଳି କାଣ୍ଡ କରିବାକୁ ଦୁବୃର୍ତ୍ତମାନେ ସାହାସ କରିଥିଲେ ।
ଲୋକନାଥଙ୍କ ପତ୍ନୀ ପୌର ପରିଷଦର କାଉନସିଲର । ସେ ଜଣେ ବସ୍ ମାଲିକ ଓ ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ। ରାଜନୈତିକ ବିବାଦରୁ ଏପରି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଲୋକନାଥ ଆଜି ସକାଳୁ ସକାଳୁ ଚାଲିଚାଲି ମର୍ଣ୍ଣିଂ ୱାକରେ ବାହାରିଥିଲେ । ସୋର ଥାନାର ଅତି ନିକଟରେ ଦୁଇଜଣ ବ୍ୟକ୍ତି ମୋଟରସାଇକେଲରେ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏକ ତେଲେଙ୍ଗା କଟୁରୀରେ ତାଙ୍କୁ ତାଙ୍କୁ ଆକ୍ରମଣ କରିଥିଲେ ।
ରକ୍ତାକ୍ତ ଅବସ୍ଥାରେ ଲୋକନାଥ ରାସ୍ତା ଉପରେ ପଡିଯାଇଥିଲେ । ସ୍ଥାନୀୟ ଲାେକେ ତାଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଦୁବୃର୍ତ୍ତମାନେ ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଛନ୍ତି ।
Comments are closed.