Latest Odisha News

ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ । ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା‌ ବେଳେ ଆଜି ୩ଜଣଙ୍କୁ ଗିରଫ କରାଯାଇଛି ।

ଘଟଣାରେ ପୂର୍ବରୁ ୧୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ୩ ଅଭିଯୁକ୍ତ ହେଲେ ବାମଦେବପୁର ଗାଁର ପ୍ରଶାନ୍ତ ମଲ୍ଲିକ, ପ୍ରଦୀପ ମଲ୍ଲିକ ଓ ଶରତ ମଲ୍ଲିକ ।

ଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଶ୍ରୀଧର ମଲ୍ଲିକ ଏଯାବତ ପୁଲିସ କବଜାକୁ ଆସି ପାରିନାହିଁ । ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି । ଏହି ୩ଜଣଙ୍କୁ ମିଶାଇ ଏଯାବତ ଗିରଫଦାରୀ ସଂଖ୍ୟା ୧୫ରେ ପହଞ୍ଚିଛି ।

Comments are closed.