Latest Odisha News

BREAKING NEWS

ବିଡ଼ି ପାଇଁ ବାପାର ଜୀବନ ନେଲା ପୁଅ

ଗୁଆହାଟୀ: ସମ୍ପର୍କରେ ରକ୍ତର ଛିଟା । ବିଡ଼ି ପାଇଁ ଜୀବନ ନେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରପେଟା ଜିଲ୍ଲା କୋଲଗାଚିଆ ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଗିରଫ କରି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ ।

ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଲିପୁର ଗାଁର ସାମସୁଲ ହକ୍ ତାଙ୍କ ବାପା ଲାଲମିଆଙ୍କୁ ଏକ ବିଡ଼ି ମାଗିବାରୁ ବାପା ପୁଅକୁ ଖଣ୍ଡେ ବିଡ଼ି ଦେଇଥିଲେ । ପୁଅ ସେହି ବିଡ଼ିକୁ ଟାଣି ସାରିବା ପରେ ପୁଣି ବାପାଙ୍କୁ ଏକ ବିଡ଼ି ମାଗିଥିଲେ । ପୁଅ ଦ୍ୱିତୀୟଥର ବାପାଙ୍କୁ ବିଡ଼ି ମାଗିବାରୁ ବାପା-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ପୁଅ ସାମସୁଲ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ବାପାଙ୍କୁ ଆକ୍ରମଣ କରିଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି । ପୁଅ-ବାପାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ବୋଲି ପୋଲିସ କହିଛି ।

Comments are closed, but trackbacks and pingbacks are open.