Latest Odisha News

BREAKING NEWS

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ । ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ କାଶୀପୁର ନିକଟରେ ନିରଞ୍ଜନ ପଟ୍ଟନାୟକ ଆସୁଥିବା କାରରେକୁ କିଛି ଅସାମାଜିକ ଯୁବକ ଅଟକାଇବା ସହ ଗାଡି ଉପରେ ଚଢି ଉତ୍ପାତ କରିଥିଲେ । ଏପରିକି ତାଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ କିଛି କଂଗ୍ରେସ କର୍ମୀ ସେଠାରେ ପହଞ୍ଚିବା ପରେ ସେହି ଯୁବକମାନେ ସ୍ଥାନ ଛାଡି ପଳାଇଥିଲେ । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି ।

ମିଳଥିିବା ସୂଚନା ଅନୁଯାୟୀ, ଶ୍ରୀ ପଟ୍ଟନାୟକ କେନ୍ଦୁଝରରୁ ଫେରୁଥିବା ଏହି ଆକ୍ରମଣ ହୋଇଥିଲା । କାଶୀପୁରଠାରେ ଅସାମାଜିକ ଯୁବକ ଏକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ। ଶ୍ରୀ ପଟ୍ଟନାୟକଙ୍କ ଗାଡି ସେମାନଙ୍କୁ କାହିଁକି ଓଭରଟେକ୍ କଲା ବୋଲି ପଚାରିବା ସହ ଗାଲିଗୁଳଜ ଆରମ୍ଭ କରିଥିଲେ । ପିଏସ୍ଫ ପ୍ରତିବାଦ କରିଥିବାରୁ ତାକୁ ନିସ୍ତୁକ ମାଡ ମାରିଥିଲେ । ଗାଡି ଉପରେ ଚଢି ଉତ୍ପାତ ହେଉଥିବା ବେଳେ ଯୁବ କଂଗ୍ରେସ କର୍ମୀମାନେ ପହଞ୍ଚି ଯାଇଥିଲେ ।

ଶ୍ରୀ ପଟ୍ଟନାୟକଙ୍କୁ ଆକ୍ରମଣକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି ।

Leave A Reply

Your email address will not be published.