Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ, ଗିରଫ ହେଲା ଅଭିଯୁକ୍ତ

ଜଗତସିଂହପୁର : ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ । ଶେଷରେ ଲୁଚକାଳି ଭିତରେ ଗିରଫ ହେଲା ଅଭିଯୁକ୍ତ । ଜଗତସିଂହପୁର ତିର୍ତ୍ତୋଲ ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛି ରାହାମା ତେରମାଣପୁର ତୋଟାସାହିର ନନ୍ଦ କିଶୋର ବରାଳ । ଭଉଣୀ ଘରେ ଲୁଚି ଥିବା ବେଳେ ଅଭିଯୁକ୍ତକୁ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକଣି ଗାଁରୁ ଗିରଫ କରିଛି ପୋଲିସ ।

ଗତକାଲି ପୋଲିସ ଏକ ଚୋରି ମାମଲାର ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଏକ ମନ୍ଦିରରୁ ଚୋରି ଅଭିଯୋଗ ପରେ ତିର୍ତ୍ତୋଲ ପୋଲିସ ତଦନ୍ତ ପାଇଁ ସନ୍ଧାନୀ କୁକୁର ସହ ଅଭିଯୁକ୍ତ ନନ୍ଦ କିଶୋରର ଗାଁରେ ପହଞ୍ଚିଥିଲା । ସନ୍ଧାନୀ କୁକୁର ଗାଁର ନନ୍ଦ ବରାଳଙ୍କ ଘରକୁ ଯାଇଥିବା ବେଳେ, କରୋନା ହୋଇଥିବା କହି ସେ କବାଟ ଖୋଲିନଥିଲା । ପରେ କବାଟ ଖୋଲି ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିଲା । ଆଜି ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଠାରୁ ଖଣ୍ଡା ଓ ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରିଛି ପୋଲିସ ।

Leave A Reply

Your email address will not be published.