Latest Odisha News

ଦୂର ହେଲା ଟିକା ସଙ୍କଟ, ଓଡ଼ିଶାରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ବର : ଦୂର ହେଲା ଟିକା ସଙ୍କଟ । ଓଡ଼ିଶାରେ ପହଞ୍ଚିଲା ୯୪ ହଜାର ୩୯୩ ଭଏଲ ବା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା । ଆଜି ଅପରାହ୍ନରେ ସ୍ପାଇସ ଜେଟ୍ ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ଟିକା । ରାଜ୍ୟରେ ଟିକା ପହଞ୍ଚିବା ପରେ ସମସ୍ତ ଜିଲ୍ଲାକୁ ପଠାଯିବ । ଗତକାଲି ୧ ଲକ୍ଷ କୋଭିସିଲ୍ଡ ଟିକା ଆସିଥିଲା ।

ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ନଥିବାରୁ ଆଜି ୧୭ ଜିଲ୍ଲାରେ ବନ୍ଦ ରହିଥିଲା ଟିକାକରଣ । ଫଳରେ ଟିକା ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ସହମତି ପରେ ଆଜି ଏହି ଟିକା ଭୁବନେଶ୍ବରରେ ପହଞ୍ଚିଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ସେହିପରି ଟିକା ନଥିବାରୁ ଅନେକ ଭ୍ୟାକ୍ସିନେସନ ସେଣ୍ଟରକୁ ଆସି ଲୋକେ ନିରାଶ ହୋଇ ଫେରୁଥିଲେ । ଏପରିକି ଟିକା ନଥିବାରୁ ଲୋକଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ ।

Leave A Reply

Your email address will not be published.