କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଲହୁ ଲୁହାଣ ହୋଇଥିବା ଛାତ୍ର ଜଣକ ହେଲେ ପ୍ରଭାସ ରଞ୍ଜନ ମହାନ୍ତି । କୁହାଯାଉଛି ବିଜୁ ଜନତା ଦଳର ନେତା ଏକ୍ରାମ ଖାନ ଓରଫ ବବି ଓ ତାଙ୍କ ସାଙ୍ଗ ମାନେ କୌଣସି କାରମଣରୁ ପ୍ରଭାସ ରଞ୍ଜନ ମହାନ୍ତିଙ୍କୁ ଆକ୍ରମଣ କରିଥିଲେ ।
ଏହି ଘଟଣା ସମ୍ପର୍କରେ କଟକ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରି ବବି ଖାନକୁ ଗିରଫ କରିଛି ପୋଲିସ ।
ଅଭିଯୋଗରେ ଉଲ୍ଲେଖ ଯେ, ପ୍ରଭାସ ରେଭେନ୍ସା ବାହାରକୁ ସନ୍ଧ୍ୟା ସମୟରେ ଯାଇଥିବାବେଳେ ବିଜୁ ଛାତ୍ର ନେତା ଲୁହା ପାଇପରେ ବାଡେଇ ବାଡେଇ ରେଭେନ୍ସା ଭିତରକୁ ନେଇଥିଲେ । ସେଠାରେ ଅନ୍ୟ ତିନି ଜଣ ମିଶି ଜୀବନରୁ ମାରିଦେବା ଭଳି ଆକ୍ରମଣ କରିଥିଲେ ।
ତେବେ ବବି ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ଏହାରୁ ୪ ମାସ ପୂର୍ବରୁ ବବି ଖାନ୍ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିବା ସହ ଫୋନରେ ଧମକ ଚମକ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହା ବ୍ୟତୀତ ସେ ଅନେକ କାଣ୍ଡରେ ସମ୍ପୃକ୍ତି ରହିଥିବା ନେଇ ସୂଚନା ରହିଛି ।
Comments are closed.