Latest Odisha News

BREAKING NEWS

ବାଂଲାଦେଶୀ ସନ୍ଦେହରେ ଆକ୍ରମଣ; ଶ୍ରମିକ ମୃତ, ଦୁଇ ଗୁରୁତର

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଦାନୀପାଲି ଅଞ୍ଚଳରେ ଜମେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଅକୁର ରହମାନ ଓ ସୋନୱାର ହୁସେନ । ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧିନ କୋଠାଘରରେ ଏହି ବଙ୍ଗାଳୀ ଶ୍ରମିକ ମାନେ କାମ କରୁଥିବାବେଳେ, ଏହି ଅଘଟଣ ଘଟିଛି ।

ଖବର ମୁତାବକ, ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧିନ କୋଠାଘରରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଥିବାବେଳେ, ବୁଧବାର ରାତିରେ ଶ୍ରମିକ ମାନଙ୍କ ମଧ୍ୟରୁ ୩ ଜଣ ପାଖରେ ଥିବା ଏକ ଦୋକାନକୁ ଯାଇଥିଲେ । ସେହି ସମୟରେ ପ୍ରାୟ ୪ ଜଣ ଯୁବକ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ବିଡି ମାଗି ପିଇ ଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଫଳରେ ଉକ୍ତ ୪ ଜଣ ଯୁବକ ଉକ୍ତ ଶ୍ରମିକ ମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବା ପରେ ଯୁକ୍ତିତର୍କ ହୋଇଥିଲା । ଏଣୁ ସେମାନେ ଶ୍ରମିକ ମାନଙ୍କୁ ପ୍ରବଳ ମାଡ ମାରିଥିଲେ ।

ଏହି ଘଟଣାରେ ଶେଖ ଜୁଏଲ ନାମକ ଶ୍ରମିକର ମୃତ୍ୟୁ ହୋଇଥିବାବେଳେ, ଅକୁର ରହମାନ ଓ ସୋନୱାର ହୁସେନ ଆଙତ ହୋଇଛନ୍ତି । ତେବେ ମୃତ ଓ ଆହତ ଶ୍ରମିକ ମାନେ ବାଂଲାଦେଶୀ ବୋଲି ସନ୍ଦେହ କରି ସେମାନଙ୍କୁ ମାଡ ମରାଯାଇଥିବା କୁହାଯାଉଛି । ଆକ୍ରମଣକାରୀ ଘଟଣାସ୍ଥଶରୁ ଫେରରା ହୋଇଯାଇଥିବାବେଳେ, ପୋଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

Leave A Reply

Your email address will not be published.