Latest Odisha News

ଗ୍ୟାସ ସିଲିଣ୍ଡର ପରେ ଟ୍ରାକରୁ ମିଳିଲା ଡିଟୋନେଟର, ଅଳ୍ପକେ ବର୍ତ୍ତିଲେ ଯବାନ

ଭୋପାଳ: ଗ୍ୟାସ ସିଲିଣ୍ଡର ପରେ ଟ୍ରାକରୁ ମିଳିଲା ଡିଟୋନେଟର।ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ସାଗଫା ରେଲୱେ ଷ୍ଟେସନ ନିକଟରେ ବୋମା ବିସ୍ଫୋରଣ କରି ଟ୍ରେନକୁ ଉଡାଇବାକୁ ଷଡଯନ୍ତ୍ର କରାଯାଇଥିଲା।

ଜାମ୍ମୁ କାଶ୍ମୀରରୁ କର୍ଣ୍ଣାଟକ ଯାଉଥିବା ଏହି ଟ୍ରେନରେ ସେନାର ଯବାନ ମାନେ ଥିବା ନେଇ ଜଣାପଡିଛି।

ଅଧିକାରୀଙ୍କ କହିବାନୁସାରେ, ଟ୍ରାକରେ ୧୦ ଡିଟୋନେଟର ମିଳିଛି। ଟ୍ରେନଟି ଡିଟୋନେଟର ନିକଟ ଦେଇ ଗଲାବେଳେ ଲୋକୋପାଇଲଟ୍ ବିସ୍ଫୋରଣର ଶବ୍ଦ ଶୁଣି ସଙ୍ଗେ ସଙ୍ଗେ ଟ୍ରେନ୍ କୁ ଅଟକାଇ ଦେଇଥିଲେ। ଏ ବିଷୟରେ ସେ ତୁରନ୍ତ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି।

ଆଣ୍ଟି-ଟେରୋରିଜମ୍ ସ୍କ୍ବାଡ (ଏଟିଏସ୍), ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ), ରେଳବାଇ ଏବଂ ସ୍ଥାନୀୟ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 

Leave A Reply

Your email address will not be published.