ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପୋଲସରା ସହରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ଅଇରାଣୀ ପୋଖରୀ ନିକଟ ତ୍ରିନାଥ ମନ୍ଦିର ପରିସରରେ ଅକ୍ଟୋବର ୨୫ ତାରିଖ ଦିନ ପ୍ରାୟ ୧୨ ଟା ରେ ପୂର୍ବ ଶତୃତା କୁ କେନ୍ଦ୍ର କରି ପୋଲସରା କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁଙ୍କୁ ଉକ୍ତ ଅଞ୍ଚଳର ଭୀମ ପ୍ରଧାନ ଧାରୁଆ ଅସ୍ତରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ସୁଶାନ୍ତ କୌଣସି କାରଣରୁ ଭୀମ ପ୍ରଧାନଙ୍କୁ ଗାଳିଗୁଳଜ କରିଥିଲେ ବୋଲି ଜଣାପଡିଛି।
ତାହାର ପ୍ରତିଶୋଧ ନେବା ପାଇଁ ଭୀମ ତ୍ରିନାଥ ମନ୍ଦିରରେ ସୁଶାନ୍ତ ସାହୁଙ୍କୁ ଦେଖି ଆକ୍ରମଣ କରିଥିଲେ। ତ୍ରିନାଥ ମନ୍ଦିର ପରିସରରେ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଶାନ୍ତ ପଡିଥିବା ଖବର ପାଇ ପୋଲସରା ପୋଲିସ ପହଞ୍ଚି ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ତାଙ୍କ ଅବସ୍ଥା ସେଠାରେ ଗୁରୁତର ହେବାରୁ ସୁଶାନ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ସୁଶାନ୍ତଙ୍କୁ ଆକ୍ରମଣ କରିଥିବା ଭୀମ ପ୍ରଧାନ ପୋଲସରା ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ପଞ୍ଜୀକୃତ ହୋଇନଥିବା ଯୋଗୁଁ ମାମଲା ରୁଜୁ ହୋଇନଥିବା ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।
Comments are closed.