Latest Odisha News

BREAKING NEWS

ତୁରନ୍ତ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା

ନୂଆଦିଲ୍ଲୀ: କଣ ଆପଣ ଜଣେ କୃଷକ ? ଆପଣ କଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ? ଯଦି ହଁ ତାହେଲେ ଆଉ ବିଳମ୍ବ କରନ୍ତୁ ନାହିଁ । ପିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କୁ ୧୧ଟି କିସ୍ତି ମିଳି ସାରିଛି । ଆଉ ୧୨ ନମ୍ବର କିସ୍ତିରେ ଟଙ୍କା ମିଳିବାକୁ ଯାଉଛି । ତେବେ ଏହି କିସ୍ତିରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବ ନାହିଁ । କେବଳ ଇ-କେୱାଇସି କରିଥିବା ହିତାଧିକାରୀଙ୍କ ଖାତାକୁ ଆସିବ କିସ୍ତି ଟଙ୍କା ।

କାରଣ ସରକାର ପିଏମ୍ କିଷାନ ପାଇଁ ଇ-କେୱାଇସିକୁ ବାଧ୍ୟତାମୂଳକ କରିଛନ୍ତି । ଆଉ ଯାହାର ଶେଷ ତାରିଖ ହେଉଛି ଜୁଲାଇ ୩୧ । ତେବେ କେୱାଇସି ପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣ ଘରେ ବସି ଇକେୱାଇସି କରି ପାରିବ । ତାଛଡ଼ା ଘର ପାଖରେ ଥିବା କମନ୍ ସର୍ଭିସ୍ ସେଣ୍ଟରରେ ଏହି ସୁବିଧା ଉପଲବ୍ଧ ।

ପିଏମ୍ କିଷାନ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ହିତାଧିକାରୀଙ୍କୁ ମିଳୁଛି । ଏହି ଟଙ୍କା ୨ ହଜାର ଲେଖାଏଁ କରି ତିନିଗୋଟି କିସ୍ତିରେ ସିଧା କୃଷକଙ୍କ ଆକାଉଣ୍ଟକୁ ଆସୁଛି । ଏବେ ଦେଶରେ ପ୍ରାୟ ୧୦ କୋଟି କୃଷକ ଏହି ଯୋଜନାରେ ଉପକୃତ ହେଉଛନ୍ତି ।

ତେବେ ଆସନ୍ତୁ ଜାଣିବା କେମିତି କରିବେ ଇ-କେୱାଇସି । ନିଜେ ଘରେ ବସି ମୋବାଇଲରେ ଇକେୱାଇସି କରି ପାରିବେ ।

  • ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ ଖୋଲିବାକୁ ପଡ଼ିବ ।
  • ୱେବସାଇଟର ଡାହାଣ ପାର୍ଶ୍ୱରେ ଫାର୍ମର୍ସ କର୍ଣ୍ଣର ତଳେ ଥିବା ଇକେୱାଇସିରେ କ୍ଲିକ କରନ୍ତୁ ।
  • ଏହା ପରେ ଆଉ ଏକ ପେଜ୍ ଖୋଲିବ ।
  • ଯେଉଁଥିରେ ଆପଣଙ୍କ ଆଧାର ନମ୍ବର ଦିଅନ୍ତୁ ।
  • ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ ।
  • ଏହାପରେ ଓଟିପି ଦେଇ ଆଗକୁ ବଢ଼ନ୍ତୁ ।

ଏହା ଛଡ଼ା ଆପଣ କମନ୍ ସର୍ଭିସ୍ ସେଣ୍ଟର ଯାଇ ମଧ୍ୟ ଇକେୱାଇସ୍ କରି ପାରିବେ । ଏଥିପାଇଁ ସିଏସସିରେ ୧୭ ଟଙ୍କା ଦେୟ ଦେବାକୁ ପଡ଼ିବ । ଏହାଛଡ଼ା ସିଏସସି ଆପଣଙ୍କୁ ୧୦ରୁ ନେଇ ୨୦ ଟଙ୍କା ଯାଏ ଅତିରିକ୍ତ ଟଙ୍କା ମାଗି ପାରନ୍ତି ।

Leave A Reply

Your email address will not be published.