Latest Odisha News

BREAKING NEWS

ହୋଟେଲ ମେ ଫାୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ଉଭୟ ଦେଶର ଖେଳାଳି ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ ଫାୟରକୁ ଆସିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦେଶର ଖେଳାଳିଙ୍କୁ ହୋଟେଲ ପର୍ଯ୍ୟନ୍ତ ନିଆଯାଇଥିଲା । ହୋଟେଲରେ ପହଞ୍ଚିବା ପରେ ଉଭୟ ଦେଶର ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ଖେଳାଳିଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ହୋଟେଲ ମେ’ ଫେୟାରରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ବିଶେଷ କରି ଖେଳାଳିମାନେ କ’ଣ ଖାଇବେ ସେନେଇ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହେବ ।

ସବୁ ଖେଳାଳିଙ୍କ ପାଇଁ ଡାଲମା ରହିବ । ଏହା ସହ ଖେଳାଳିଙ୍କ ଖାଦ୍ୟରେ ଛେନାପୋଡ ଦିଆଯିବ । ଆଗକୁ ରଜ ଥିବାରୁ ହୋଟେଲ ପକ୍ଷରୁ ୧୨ ପ୍ରକାର ପିଠା ପ୍ରସ୍ତୁତ ହେବ । ଖେଳାଳିମାନଙ୍କ ପାଇଁ କାକେରା, ଆରିସା, ଚକୁଳି ଓ ମଣ୍ଡା ପରି ପିଠା ଦିଆଯିବ । ଖେଳାଳିମାନେ ରେଡ୍ ମିଟ୍ ପସନ୍ଦ କରୁନଥିବାରୁ ତାହାକୁ ମେନ୍ୟୁରୁ ବାଦ୍ ଦିଆଯାଇଛି । ଅଲିଭ୍ ତେଲରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ହେଟେଲ ମେ’ ଫେୟାର ମୁଖ୍ୟ ସେଫ୍ ମୃଦୁଲ ମଣ୍ଡଳ ।

Leave A Reply

Your email address will not be published.