Latest Odisha News

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର

ଆନନ୍ଦପୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର । ସତେ ଯେପରି ନୀଳ ଜଳରାଶିରେ ଆକାଶ ସହିତ ପାହାଡ ଓ ଡ୍ୟାମର ମିଳନ ହୋଇଛି । ପ୍ରକୃତିର ଏହି ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି ।

ସୂଚନା ଅନୁଯାୟୀ, ନଦୀ ଉପରେ ଡ୍ୟାମ୍‌ ନିର୍ମାଣ ହୋଇଥିଲା ଚାଷୀଙ୍କ ଉପକାର ପାଇଁ ହେଲେ ଏହି ଡ୍ୟାମ୍‌ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬ କିଲୋମିଟର ଉତ୍ତରକୁ ଗଲେ ପଡେ ଏହି ହଦଗଡ଼ ଡ୍ୟାମ୍‌। ୧୯୬୮ ମସିହାରେ ସାଳନ୍ଦୀ ନଦୀ ଉପରେ ଏହି ହଦଗଡ଼ ଡ୍ୟାମ ନିର୍ମାଣ କରାଯାଇ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି । ଡ୍ୟାମ୍‌ ନିର୍ମାଣ ପରେ ହଦଗଡ଼ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼  ।

ପ୍ରତି ବର୍ଷ ଡିସେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ଯଟକଙ୍କ ଭିଡ଼ ଜମିଥାଏ। ଆଉ ଏହି ନୀଳ ଜଳରାଶିରେ ପହଁରି ବେଶ୍‌ ମଜା ଉଠାଇ ଥାନ୍ତି । ବିଶେଷ କରି ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ଯ୍ଯଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି । କିଛି ମାସ ପୂର୍ବରୁ ସରକାର ଏଠାରେ ଇକୋ ରିଟ୍ରିଟ ପ୍ରକଳ୍ପର ପରିକଳ୍ପନା କରିଥିବା ବେଳେ ଜଙ୍ଗଲ ବିଭାଗ ସ୍ଥାନ ନିରୂପଣ କରିପାରୁ ନଥିବାରୁ ଏଯାବତ ଏହା ଆରମ୍ଭ ହୋଇ ପାରି ନାହିଁ ।

 

Leave A Reply

Your email address will not be published.