Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ ଅବସରରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।

ବିଶିଷ୍ଟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ସାରା ଦେଶରେ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସକୁ ସ୍ଥାନ ଦେଇଛନ୍ତି ।

ତାଙ୍କର ଏହି ବାଲୁକା କଳା ଦେଖିବାକୁ ପୁରୀ ବେଳାଭୂମିରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ଏହି ଆକର୍ଷଣୀୟ ବାଲୁକା କଳା ଦେଖି ଦର୍ଶକ ମାନେ ଆନନ୍ଦିତ ହେବା ସହିତ ସୁଦର୍ଶନଙ୍କୁ ତାଙ୍କର ଏହି ଚମତ୍କାର ବାଲୁକା କଳା ଲାଗି ବେଶ୍ ପ୍ରଶଂସା କରିଛନ୍ତି ।

ଟ୍ୱିଟ୍ଟ୍ ମାଧ୍ୟମରେ ସୁଦର୍ଶନ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲେଖିଛନ୍ତି, “ମୁଁ ମୋ ଭାରତକୁ ଭଲପାଏ ।”

Leave A Reply

Your email address will not be published.