Latest Odisha News

BREAKING NEWS

ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ ସହ ଭାରତର ବିଶାଳ ସ୍କୋର: ୩୨୪/୪

ମାଉଣ୍ଟ ମେଂଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ ବିନିମୟରେ ବିଶାଳ ୩୨୪ ରନ ସ୍କୋର କରିଛି ।

ଭାରତୀୟ ଅଧିନାୟକ ବିରାଟ କୋହଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶକ୍ତିଶାଳୀ ବ୍ୟାଟିଂ ଲାଇନଅପର ସୁଯୋଗ ନେଇ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । କିୱି ଦଳର ବୋଲରମାନେ ଭାରତୀୟ ୨ଜଣ ଭାରତୀୟ ଓପନରଙ୍କୁ ତାଙ୍କ ବୋଲିଂରେ ଆଦୌ ପ୍ରଭାବିତ କରିପାରିନାହାନ୍ତି । ଭାରତୀୟ ଦଳର ୧ମ ୱିକେଟ ୧୫୪ ରନରେ ପତ୍ତନ ଘଟିଥିଲା । ରୋହିତ ସର୍ବାଧିକ ୮୭ ରନ କରି ପାରିଛନ୍ତି । ସେ ୯୬ଟି ବଲରୁ ୩ଟି ବିଶାଳ ଛକା ସହିତ ୯ଟି ଆକର୍ଷଣୀୟ ଚୌକା ପ୍ରହାର କରିଥିଲେ । ଧାୱନ ୬୬ ରନ କରିଛନ୍ତି ।

ସେହିପରି କପ୍ତାନ ବିରାଟ କୋହଲୀ ୪୩, ଧୋନୀ ୪୮ ରନ ଏବଂ ଅମ୍ବାତି ରାୟଡୁ ୪୭ ରନ ସ୍କୋର କରିବା ସହିତ ଭାରତୀୟ ସ୍କୋରକୁ ମଜବୁତ ୩୨୪ ରନରେ ପହଞ୍ଚାଇଛନ୍ତି ।

ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରି ୩ ଓଭରରେ କୌଣସି ୱିକେଟ ନହରାଇ ୧୯ ରନ କରିପାରିଛି ।

ଭାରତୀୟ ଦଳ – ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, କେଦାର ଯାଦବ, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲ ।

Leave A Reply

Your email address will not be published.