Latest Odisha News

BREAKING NEWS

କୋଲକାତା ଲଜ୍ଜା: ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ଅଡିଓ

କୋଲକାତା: କୋଲକାତା ଲଜ୍ଜା ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ଅଡିଓ । ସାମ୍ନାକୁ ଆସିଲା ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲରୁ ଯାଇଥିବା ପ୍ରଥମ କଲ୍‌ ରେକର୍ଡ । ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କ କଲ୍‌ ଯାଇଥିବା ନେଇ ସୂଚନା ମିଳିଛି । ଝିଅ ଦେହ ବହୁତ ଖରାପ ଅଛି ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ଆସିବାକୁ କହିଛନ୍ତି ମହିଳା ଜଣଙ୍କ । ତେବେ କଲରେ ଝିଅ ଦେହ କଣ ହୋଇଛି ବୋଲି ପଚାରିଛନ୍ତି ପୀଡିତାଙ୍କ ବାପା । କିନ୍ତୁ ଉତ୍ତରରେ ମହିଳା ଜଣଙ୍କ ସେକଥା ଡାକ୍ତର କହିବେ, ମୁଁ ଡାକ୍ତର ନୁହେଁ ବୋଲି କହିଛନ୍ତି ।

ତେବେ ଆପଣଙ୍କ ଝିଅଙ୍କ ଦେହ ଖରାପ ଥିଲା, ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ଆପଣ ଯେତେ ଜଲ୍‌ଦି ପାରିବେ ହସ୍ପିଟାଲ ପଳାଇ ଆସନ୍ତୁ ବୋଲି କହିଥିଲେ ଉକ୍ତ ମହିଳା କର୍ମଚାରୀ ଜଣଙ୍କ । କିନ୍ତୁ କଲ୍ ଶେଷକୁ ପୀଡିତା ଜଣଙ୍କ ଆତ୍ମହତ୍ୟା କରିଥିବା କଥା କହିଛନ୍ତି ଉକ୍ତ କର୍ମଚାରୀ । ଝିଅ ଆତ୍ମହତ୍ୟା କରିଛି, ତେଣୁ ଯେତେ ଜଲ୍‌ଦି ପାରୁଛନ୍ତି ଆସନ୍ତୁ ବୋଲି କହିଛନ୍ତି ମହିଳା କର୍ମଚାରୀ ଜଣଙ୍କ ।

ଅନ୍ୟପଟେ ଉକ୍ତ ଘଟଣାରେ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଆର୍‌ଜି କର୍‌ ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ ଓ ଅଭିଯୁକ୍ତ ସଂଜୟ ରାୟର ମିଳିତ ଫଟୋ ଭାଇରାଲ ହୋଇଛି । ଫଟୋରେ ସନ୍ଦୀପ ଘୋଷଙ୍କ ପାଖରେ ଛିଡ଼ା ହୋଇ କେକ୍‌ କାଟୁଛି ସଂଜୟ ରାୟ । ତେବେ ଫଟୋରୁ ଉଭୟଙ୍କ ମଧ୍ୟରେ ବହୁ ପୂର୍ବରୁ ଘନିଷ୍ଠତା ଥିବା ଅନୁମାନ କରାଯାଉଛି ।

Comments are closed.