Latest Odisha News

ରାଜସ୍ଥାନ ରାଜନୀତି : ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ

ଜୟପୁର: ରାଜସ୍ଥାନରେ ଏବେ ରାଜନୀତି ଜୋରସୋରରେ ଚାଲିଛି । ଅଡିଓ କ୍ଲିପ ଓ ଘୋଡା ବ୍ୟାପାର ନେଇ କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଟାର୍ଗେଟ କରିଥିଲା । ଶୁକ୍ରବାର ଶେଖାୱତ ସମସ୍ତ ଅଭିଯୋଗ ଭିତିହୀନ ବୋଲି କହିଛନ୍ତି । ଯେଉଁ ଅଡିଓ କ୍ଲିପ କଂଗ୍ରେସ ଅପପ୍ରଚାର ପାଇଁ ବ୍ୟବହାର କରୁଛି ସେଥିରେ ମୋର ସ୍ୱର ନାହିଁ । ଏଥିନେଇ ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ।

ରାଜସ୍ଥାନ କଂଗ୍ରେସ ସଭାପତି ମହେଶ ଯୋଶୀ ଅଡିଓ ଟେପ୍ ସ୍ପେଶାଲ ଅପରେଶନ ଗ୍ରୁପକୁ ଦିଆଯାଇଛି । ଏହାର ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ପ୍ରଚ୍ଛଦ ପଟରେ ରହି ବିଜେପି ସରକାର ଗଢ଼ିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ଏଥିରେ ଶେଖାୱତ ମଧ୍ୟ ସମ୍ପୃକ୍ତ ବୋଲି କଂଗ୍ରେସର ରଣଦୀପ ସୁରଜେୱାଲ କହିଛନ୍ତି ।

Leave A Reply

Your email address will not be published.