Latest Odisha News

BREAKING NEWS

୭ ଲକ୍ଷ ୨୯ ହଜାର ଟଙ୍କା ସହ ଭିଜିଲାନ୍ସ ଜାଲରେ ଅଡିଟ୍ ଅଫିସର

କୋରାପୁଟ : କୋରାପୁଟ ଜିଲା ଜୟପୁର ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜଣେ ସହକାରୀ ଅଡିଟ ଅଫିସରଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ୭ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଛି ।

ଗିରଫ ଅଫିସର ଜଣଙ୍କ ଆର୍ତ୍ତବନ୍ଧୁ ରାଉତ ଏବଂ ତାଙ୍କ ଘର କଟକ ଜିଲ୍ଲାସ୍ଥିତ ନିଆଁଳି ଥାନା ଅନ୍ତର୍ଗତ ପଦନା ଗ୍ରାମ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆର୍ତ୍ତବନ୍ଧୁ ରାଉତ ଜୟପୁରରୁ ଆଇଟିଡିଏର ଅଡିଟ୍ କାର୍ଯ୍ୟ ସାରି ଫେରୁଥିବାବେଳେ ବାଟରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଯାଞ୍ଚ କରାଯାଇଥିଲା ।

ଅନ୍ୟପକ୍ଷରେ ତାଙ୍କ ନିକଟରୁ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଆର୍ତ୍ତବନ୍ଧୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ବେଳେ ଏନେଇ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ନିଆଳି ସ୍ଥିତ ତାଙ୍କ ପୈତୃକ ବାସ ଭବନରେ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.