Latest Odisha News

BREAKING NEWS

ଭିଡିଓ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ବେଶ୍ ହୃଦୟସ୍ପର୍ଶୀ ହୋଇଥାଏ ତ କିଛି ଭିଡିଓ ବେଶ୍ ମଜାଳିଆ । ତେବେ ଏମିତି ଏକ ମଜାଦାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଦେଖିବାକୁ ମିଳୁଛି ଜଣେ ମହିଳା ବର ଓ ବଧୂଙ୍କ ବିବାହ ଉତ୍ସବର ଭିଡିଓ ବନାଉଥିଲେ। ଠିକ୍ ସେହି ସମୟରେ ସେ ଏକ ନଳାରେ ପଡ଼ିଯାଇଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଏକ ଖ୍ରୀଷ୍ଟିୟାନ ବର କନ୍ୟା ସଜେଇ ହୋଇଛନ୍ତି। ତେବେ ଉତ୍ସବରେ ଉପସ୍ଥିତ ଥିବା ଲୋକମାନେ ବରକନ୍ୟାଙ୍କ ଫଟୋ ଉଠାଉଛନ୍ତି । ଏହି ସମୟରେ ଜଣେ ମହିଳା ଉଭୟଙ୍କ ଭିଡିଓ କରି ପଛକୁ ପଛ ଯାଉଥିବା ବେଳେ ହଠାତ୍ ସେଠାରେ ଥିବା ଏକ ନଳାରେ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଥିବା ଲୋକମାନେ ନଳାରୁ ମହିଳାଙ୍କୁ ଉଦ୍ଧାର କରିଥିଲେ।

ଏହି ଭିଡିଓ ଦେଖି ଲୋକମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି,‘ ଆପଣ ଏତେ ଉତ୍ସାହରେ ଯାହାଙ୍କ ଫଟୋ ଉଠାଉଥିଲେ, ଯାହାଙ୍କ ପାଇଁ ଆପଣଙ୍କ ଏଭଳି ଅବସ୍ଥା ହେଲା ସେ ଦୁହିଁଙ୍କୁ ଆପଣଙ୍କୁ ନେଇ କୌଣସି ଫରକ ପଡ଼ୁନାହିଁ।’ ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ପ୍ରାୟ ୨ଲକ୍ଷ ୮୦ହଜାରରୁ ଅଧିକ ଥର ଲୋକ ଦେଖିସାରିଛନ୍ତି।

Comments are closed.